‘ସତ୍ୟଜିତ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ’ରେ ସମ୍ମାନିତ ହେବେ ହଲିଉଡ ଅଭିନେତା ମାଇକେଲ ଡଗଲାସ

ନୂଆଦିଲ୍ଲୀ,୧୩।୧୦: ଗୋଆରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଲୋକପ୍ରିୟ ହଲିଉଡ ଅଭିନେତା ମାଇକେଲ ଡଗଲାସଙ୍କୁ ସତ୍ୟଜିତ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ। ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତ, ନଭେମ୍ବର ୨୦ରୁ ୨୮ମଧ୍ୟରେ ଗୋଆରେ ଆୟୋଜିତ ହେବାକୁ ଥିବା ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଅଭିନେତା ମାଇକେଲ ଡଗଲାସଙ୍କୁ ସମ୍ମାନିତ କରାଯିବ। କାର୍ଯ୍ୟକ୍ରମରେ ତାଙ୍କ ପତ୍ନୀ କ୍ୟାଥରିନ ଜେଟା ଜୋନ୍ସ ଏବଂ ପୁଅ ଡିଲାନ ଡଗଲାସ ମଧ୍ୟ ଯୋଗଦେବେ। ମାଇକେଲ ଡଗଲାସଙ୍କ ଭାରତ ପ୍ରତି ଥିବା ସୌହାର୍ଦ୍ଦପୂର୍ଣ୍ଣ ଏବଂ ପ୍ରେମ ଭାବ ରହିଛି। ଭାରତ ଏହାର ସମୃଦ୍ଧ ସିନେମା ସଂସ୍କୃତି ଏବଂ ଅନନ୍ୟ ପରମ୍ପରା ପ୍ରଦର୍ଶନ କରିବାକୁ ଆଗ୍ରହୀ ଅଟେ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି।

ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ ଉଲ୍ଲେଖନୀୟ କ୍ୟାରିୟରରେ ୭୯ବର୍ଷିୟ ମାଇକେଲ ଡଗଲାସ ଦୁଇଟି ଏକାଡେମୀ ପୁରସ୍କାର, ପାଞ୍ଚଟି ଗୋଲ୍ଡେନ ଗ୍ଲୋବ ପୁରସ୍କାର ଏବଂ ଏମି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଫିଲ୍ମ ଓ୍ବାଲ ଷ୍ଟ୍ରିଟ (1987), ଫଲିଙ୍ଗ ଡାଉନ(୧୯୯୩)’, ଦି ଆମେରିକା ପ୍ରେସିଡେଣ୍ଟ (୧୯୯୫), ଟ୍ରାଫିକ (୨୦୦୦) ଇତ୍ୟାଦି ଫିଲ୍ମରେ ଅଭିନୟ କରି ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି।

Share