Categories: ଖେଳ

ପୃଥ୍ବୀ ଶ’ଙ୍କ ସମର୍ଥନରେ ବାହାରିଲେ ‘ମିଷ୍ଟର କ୍ରିକେଟ’: କହିଲେ ‘ଦଳରୁ ବାହାର କରା ନ ଯାଉ’

ଆଡିଲେଡ୍‌,୨୩।୧୨: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଖରାପ ପ୍ରଦର୍ଶନ କରିବା ଯୋଗୁ ଭାରତ ଏକାଦଶରୁ ପୃଥ୍ବୀ ଶ’ଙ୍କୁ ବାହାର କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ଅଷ୍ଟ୍ରେଲିଆର ପୂର୍ବ କ୍ରିକେଟର ତଥା ‘ମିଷ୍ଟର କ୍ରିକେଟ’ ନାମରେ ଖ୍ୟାତ ମାଇକେଲ ହସେ ପୃଥ୍ବୀଙ୍କ ସମର୍ଥନ କରିଛନ୍ତି। ଡିସେମ୍ବର ୨୬ରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ତାଙ୍କୁ ସାମିଲ କରାଯିବା ଉଚିତ। ତାଙ୍କ ଉପରେ ଦଳ ବିଶ୍ୱାସ ରଖୁ। ବୋଲିଂ ପାଇଁ ପଡ଼ିଆଟି ଉତ୍କୃଷ୍ଟ ଥିବା ଯୋଗୁ ପୃଥ୍ବୀ ରନ୍‌ କରିପାରିନାହାନ୍ତି ବୋଲି ସେ କହିଛନ୍ତି।

ଏହାଛଡ଼ା ହସେ ଅଷ୍ଟ୍ରେଲିଆର ଅନ୍ୟତମ କ୍ରିକେଟର ଜୋ ଓ୍ବାନର୍‌ସଙ୍କ ଉଦାହରଣ ଦେଇ କହିଛନ୍ତି, ପ୍ରଥମ ଶ୍ରେଣୀ କ୍ରିକେଟରେ ଓ୍ବାନର୍‌ସଙ୍କ ୭ ପ୍ରତିଶତରୁ କମ୍‌ ହାରରେ ରନ୍‌ କରିଥିଲେ। ହେଲେ ଚୟନକର୍ତ୍ତା ତାଙ୍କ ଉପରେ ବିଶ୍ୱାସ କରିଥିଲେ। ପ୍ରଥମ ପାଳିରେ ସହଜ ହୋଇଯାଇଥିଲେ ସେ। ହେଲେ ଧିରେ ଧିରେ ସେ ନିଜର ଆତ୍ମବିଶ୍ୱାସ ହାସଲ କରିଥିଲେ। ନିଜ ଉପରେ କାମ କରି ଏବେ ସେ ନିଜକୁ ପ୍ରମାଣିତ କରିଛନ୍ତି। ଏଣୁ ଆସନ୍ତା ମ୍ୟାଚ୍‌ରେ ପୃଥ୍ବୀଙ୍କ ପାଇଁ ସମୟ ଆସିବ। ମେଲବର୍ନ ପଡ଼ିଆରେ ସେ ରନ୍‌ କରିବେ। କାରଣ ସ୍ପଷ୍ଟ ଭାବେ କହିଲେ ସେ ବହୁତ ପ୍ରତିଭାବାନ୍‌ ବୋଲି ହସେ କହିଛନ୍ତି।

Share