ଆସିବ ମାଇକେଲ୍‌ ଜ୍ୟାକ୍‌ସନଙ୍କ ବାୟୋପିକ୍‌

ନୂଆଦିଲ୍ଲୀ: ଦିବଂଗତ ଆମେରିକୀୟ ପପ୍‌ ସିଙ୍ଗର ଭାବେ ମାଇକେଲ୍‌ ଜ୍ୟାକ୍‌ସନ ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି। ତେବେ ତାଙ୍କ ଜୀବନୀକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଛି। ଏଥିରେ ତାଙ୍କ ପୁତୁରା ଜାଫର୍‌ ଜ୍ୟାକ୍‌ସନ ମୁଖ୍ୟ ଭୂମିକାରେ ଅଭିୟନ କରିବେ। ଏନେଇ ଗ୍ରାହମ୍‌ କିଙ୍ଗ୍‌ (ଜିକେ) ଷ୍ଟୁଡିଓ ସୋମବାର ବାୟୋପିକ୍‌ରେ ଜାଫର୍‌ଙ୍କୁ ମୁଖ୍ୟ ଅଭିନେତା ଭାବେ ଘୋଷଣା କରିଛନ୍ତି। ଆଣ୍ଟୋନି ଫୁକ୍ୱାଙ୍କ ନିର୍ଦ୍ଦେଶନାରେ ଉକ୍ତ ଫିଲ୍ମଟି ନିର୍ମାଣ ହେବ। ଜାଫର୍‌ ନିଜକୁ ମାଇକେଲ୍‌ ଜ୍ୟାକ୍‌ସନଙ୍କ ଭଳି ପ୍ରସ୍ତୁତ କରୁଥିବା ନେଇ ସେ ତାଙ୍କ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ମାଇକେଲ୍‌ ଜ୍ୟାକ୍‌ସନଙ୍କ ବାୟୋପିକ୍‌ରେ କାମ କରି ଜାଫର୍‌ ନିଜକୁ ଗର୍ବିତ ମନେ କରୁଥିବା କହିଛନ୍ତି। ଫଳରେ ସେ ତାଙ୍କ ଜୀବନୀକୁ ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ ବୋଲି କହିଛନ୍ତି।

Share