ନୂଆଦିଲ୍ଲୀ,୭।୮: ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକେଲ ଭାଓନ ନିଜର ଟୁଇଟର ପୋଷ୍ଟକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏହି କ୍ରମରେ ଶୁକ୍ରବାର ସେ ଅନ୍ୟମାନଙ୍କ ପାଇଁ ନୁହେଁ ବରଂ ନିଜ ଦଳ ପାଇଁ ଟୁଇଟ୍ କରି ଆଲୋଚନାର ପରିସରକୁ ଆସିଛନ୍ତି। ଭାଓନ ଇଂଲଣ୍ଡର ଫିଲ୍ଡିଂର ମଜା ଉଡାଇ ଦଳର ଖେଳାଳିମାନଙ୍କୁ ତାଙ୍କର ଫିଲ୍ଡିଂ ଏକାଡେମୀରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଛନ୍ତି।
ଭାରତର ପ୍ରଥମ ଇନିଂସ ଖେଳ ସମୟରେ ଇଂଲଣ୍ଡର ଫିଲ୍ଡିଂ ସେତେଟା ଭଲ ନ ଥିଲା। କେଏଲ୍ ରାହୁଲଙ୍କ ୨ କ୍ୟାଚ୍ ଛାଡ଼ିବା ସହ ଅତିଥି ଟିମ୍ର ମୋଟ ୩ କ୍ୟାଚ୍ ଛାଡ଼ିଥିଲା ଇଂଲଣ୍ଡ। ଏହାଛଡ଼ା ରନ୍ଆଉଟ୍ କରିବାର ୩ ସୁଯୋଗ ହାତଛଡ଼ା କରିଥିଲା। ଏହି ଘଟଣାକୁ ନେଇ ରାଗି ଯାଇ ଭାଓନ ଉକ୍ତ ଟୁଇଟ୍ କରିଥିବା କୁହାଯାଉଛି।
ଏହାଛଡ଼ା ସେ ଭାରତୀୟ ଓପନର୍ କେଏଲ୍ ଏବଂ ରବିନ୍ଦ୍ର ଜାଡେଜାଙ୍କ ପ୍ରଶଂସା କରିଛନ୍ତି। ରାହୁଲଙ୍କ ବ୍ୟାଟିଂ ଶୈଳୀକୁ ନେଇ ସେ ଟୁଇଟ୍ କରିଥିବା ବେଳେ ଜାଡେଜାଙ୍କୁ ଚମତ୍କାର ବ୍ୟାଟ୍ସମ୍ୟୃାନ୍ ବୋଲି କହିଛନ୍ତି।