Advertisement
Categories: Home Leftଖେଳ

କୋହଲିଙ୍କ ବଡ଼ ଫ୍ୟାନ୍‌ ହେଲେ ଇଂଲଣ୍ଡର ଏହି ଅଧିନାୟକଙ୍କ ପୁଅ: ବ୍ୟାଟିଂ ବେଳେ…

ନୂଆଦିଲ୍ଲୀ,୧।୧୨: ବର୍ତ୍ତମାନ ସମୟର ସବୁଠାରୁ ବେଶି ଲୋକପ୍ରିୟ କ୍ରିକେଟ ତାରକାଙ୍କ ମଧ୍ୟରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଅନ୍ୟତମ। ଦେଶ ତଥା ବିଦେଶରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ। ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କ ବ୍ୟାଟିଂ ଦେଖି ମନ୍ତ୍ରମୁଗ୍ଧ ହୁଅନ୍ତି। ସେଭଳି କ୍ରମରେ ଇଲଂଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭାଉଘାନଙ୍କ ପୁଅ ମଧ୍ୟ କୋହଲିଙ୍କ ଜଣେ ବଡ଼ ପ୍ରଶଂସକ। ସେ ସର୍ବଦା ତାଙ୍କର ଖେଳ ଦେଖିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଯେତେବେଳେ କୋହଲି ବ୍ୟାଟିଂ କରିବେ ଉଠାଇଦେବ ବୋଲି ପୁଅ କହିଥାନ୍ତି ବୋଲି ଭାଓନ ନିକଟରେ କହିଛନ୍ତି।

ଭାଓନଙ୍କ ପୁଅ କ୍ରିକେଟ ଖେଳିବାକୁ ଭଲପାଆନ୍ତି। ସେ ସବୁବେଳେ ବିରାଟଙ୍କ ବ୍ୟାଟିଂ ଦେଖିଥାନ୍ତି। ଦ୍ୱିତୀୟ ଦିନିକିଆରେ ବିରାଟ କ୍ୟାଚ୍‌ ଆଉଟ୍‌ ହେବାପରେ ପୁଅ ଆଉ କିଛି କରିବା ପାଇଁ ନିଜ ରୁମ୍‌କୁ ଚାଲିଯାଇଥିଲେ। ପିଲାଙ୍କ ମଧ୍ୟରେ ବିରାଟ ବେଶ୍‌ ଲୋକପ୍ରିୟ। ପ୍ରୟାସ ବିନା ବଲ୍‌ ପଡ଼ିଆ ବାହାରକୁ ଗଲେ ପୁଅ ବେଶି ଖୁସି ହୋଇଥାଏ। ବିରାଟ ସେଭଳି। ସେ ଜଣେ ସ୍ବତନ୍ତ୍ର ଖେଳାଳି ବୋଲି ଭାଓନ କହିଛନ୍ତି।

ବିରାଟ ଖେଳାଳି ହିସାବରେ ବେଶ ଲୟରେ ଥାନ୍ତି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଭାବେ ସେ ସର୍ବଶ୍ରେଷ୍ଠ। ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ୩ଟି ଟେଷ୍ଟ ମ୍ୟାଚ୍‌ରେ ସେ ରହିବେ ନାହିଁ। ତେଣୁ ଚିନ୍ତା ଲାଗୁଛି। ଭାରତୀୟ ଖେଳାଳିମାନେ ତାଙ୍କ ବିନା ଖେଳିବେ। ସେ ଟେଷ୍ଟ ଟିମ୍‌ ପାଇଁ ମହତ୍ୱପୂର୍ଣ୍ଣ ବୋଲି ସେ ମଧ୍ୟ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share