Categories: ଖେଳ

ଟିମ ଇଣ୍ଡିଆ କିଛି ଜିତିପାରେ ନାହିଁ: ଦକ୍ଷିଣ ଆଫ୍ରିକାଠାରୁ ହାରିବା ପରେ ଏଭଳି ବୟାନ ଦେଲେ ଇଂଲଣ୍ଡର ପୂର୍ବ ଅଧିନାୟକ

ନୂଆଦିଲ୍ଲୀ,୩୦।୧୨: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ପରେ ଟିମ ଇଣ୍ଡିଆ ସମାଲୋଚନାର ଶିକାର ହୋଇଛି। ଭାରତ ତଥା ବିଦେଶର କ୍ରିକେଟ ବିଶେଷଜ୍ଞମାନେ ଟିମ ଇଣ୍ଡିଆର ପରାଜୟ ସମ୍ପର୍କରେ ନିଜର ମତ ଦେଉଛନ୍ତି। ଏହି ସମୟରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭାଓନ ଭାରତୀୟ ଦଳକୁ ନେଇ କହିଛନ୍ତି, ଏହି ଦଳ କିଛି ଜିତିପାରେ ନାହିଁ। ସେ ବିଶ୍ୱର ସର୍ବନିମ୍ନ ସଫଳତା ହାସଲ କରିଥିବା ଦଳ ମଧ୍ୟରେ ଭାରତୀୟ ଦଳକୁ ସାମିଲ କରିଛନ୍ତି।

ଫକ୍ସ ସ୍ପୋର୍ଟସ ପ୍ୟାନେଲ ଆଲୋଚନାରେ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ମାର୍କ ୱାହଙ୍କ ସହ ବାର୍ତ୍ତାଳାପରେ ଭାଓନ ଏହି କଥା କହିଛନ୍ତି। ସର୍ବପ୍ରଥମେ ସେ ମାର୍କଙ୍କୁ ପଚରାଯାଇଥିଲା ଯେ ଯଦି ଆମେ କ୍ରିକେଟ ବିଷୟରେ କଥାବାର୍ତ୍ତା କରିବା ତେବେ ଆପଣ ଭାବୁନାହାଁନ୍ତି ଯେ ଭାରତୀୟ ଦଳ ବିଶ୍ୱର ସବୁଠାରୁ କମ ସଫଳତା ହାସଲ କରୁଥିବା ଦଳ ମଧ୍ୟରୁ ଅନ୍ୟତମ? ମାର୍କ କିଛି କହିବା ପୂର୍ବରୁ ମଧ୍ୟ ମାଇକେଲ ତାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତିସେ ନିକଟ ଅତୀତରେ କିଛି ବଡ଼ ଜିତିନାହାଁନ୍ତି। ମୁଁ ଭାବୁଛି ସେମାନେ ସର୍ବନିମ୍ନ ସଫଳତା ସହିତ ଦଳ ଅଟନ୍ତି ।

Share