ବ୍ଲାଡର ରୋଗର ଚିକିତ୍ସା କରିବ ମାଇକ୍ରୋ ରୋବଟ

ବ୍ଲାଡର ରୋଗର ଚିକିତ୍ସା ପାଇଁ ଏକ ସରଳ ତଥା ସହଜ ପଦ୍ଧତି ନିକଟରେ ଆବିଷ୍କୃତ ହୋଇଛି। ୟୁନିଭର୍ସିଟି ଅଫ ଓ୍ବାଶିଂଟନ୍‌ର କେମିକାଲ ଆଣ୍ଡ ବାୟୋଲୋଜିକାଲ ବିଭାଗର ପୋଷ୍ଟ-ଡକ୍ଟରାଲ ଗବେଷକ ଜିନ୍‌ ଲି’ ଏ ବିଷୟରେ ସୂଚନା ଦେଇଛନ୍ତି। ସେ ତାଙ୍କ ସହଯୋଗୀଙ୍କ ଦ୍ୱାରା ଏକ ମାଇକ୍ରୋ ରୋବଟ ପ୍ରସ୍ତୁତ କରିଛନ୍ତି। ଏହାର ସହାୟତାରେ ବ୍ଲାଡରଜନିତ ରୋଗର ଚିକିତ୍ସା ସହଜରେ କରାଯାଇପାରିବ ବୋଲି ସେ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି। କେବଳ ସେତିକି ନୁହଁ, ଏହି ମିନି ରୋବଟ ବ୍ଲାଡର ଭିତରେ ଛୋଟ ଅପରେଶନ କରିପାରିବ ବୋଲି ସେ ଗବେଷଣା ରିପୋର୍ଟରେ ସୂଚିତ କରିଛନ୍ତି। ଏହି ନୂତନ ଉଦ୍ଭାବିତ ମାଇକ୍ରୋ ରୋବଟର ଚଉଡ଼ା ହେଉଛି ମାତ୍ର ୨୦ ମାଇକ୍ରୋମିଟର। ଏହାର ବେଗ ହେଉଛି ସେକେଣ୍ଡକୁ ତିନି ମିଲିମିଟର। ତା’ ସହ ଏହି ରୋବଟ ବ୍ଲାଡର ରୋଗର କେତେକ ପରୀକ୍ଷା ନିରୀକ୍ଷାରେ ମଧ୍ୟ ସହାୟତା କରିପାରିବ।