ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ସୁବର୍ଣ୍ଣ ଯୁଗ, ମାନବତା ପାଇଁ ଭଲ: ସତ୍ୟ ନାଡେଲା

ଦାବୋସ,୧୯ ।୧: ମାଇକ୍ରୋସଫ୍ଟର ମୁଖ୍ୟ ସତ୍ୟ ନାଡେଲା ବୁଧବାର କହିଛନ୍ତି, ବିଶ୍ୱ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ(କୃତ୍ରିମ ବୁଦ୍ଧିମତା)ର ସୁବର୍ଣ୍ଣ ଯୁଗରେ ପ୍ରବେଶ କରୁଛି । ସେ ବିଶ୍ୱ ଆର୍ଥିକ ମଞ୍ଚର ବାର୍ଷିକ ବୈଠକରେ ଏହାକୁ ରେଖାଙ୍କିତ କରି ଜଣେ ଭାରତୀୟ କୃଷକଙ୍କ ଉଦାହରଣ ଦେଇଛନ୍ତି । ସେ କହିଛନ୍ତି, ଏହି କୃଷକ ଜଣଙ୍କ ସ୍ଥାନୀୟ ଭାଷା ଜାଣିଥଲେ ସୁଦ୍ଧା ଇଣ୍ଟରନେଟ ମାଧ୍ୟମରେ ଏକ ଅସ୍ପଷ୍ଟ ସରକାରୀ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ପହଞ୍ଚିବାକୁ ଚ୍ୟାଟଜିପିଟି ଇଣ୍ଟରଫେସର ବ୍ୟବହାର କରିଥିଲେ ।
ନାଡେଲା କହିଛନ୍ତି ଟେକନିକ ଲୋକଙ୍କୁ ଏକାଠି କରିବା ସହ ଅଧିକରୁ ଅଧିକ ସୁବିଧା ଯୋଗଇଥାଏ । ଚ୍ୟାଟବଟ ଚ୍ୟାଟଜିପିଟ ଏକ ନୂଆ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ସାଇଟ୍‌, ଯାହା ନିକଟରେ ଲଞ୍ଚ ହେବା ପରେ କେବଳ ୫ ଦିନରେ ୧୦ଲକ୍ଷ ଉପଯୋଗକାରୀ ଏହାର ବ୍ୟବହାର କଲେଣି । ଏହା ବିଭିନ୍ନ ବିଷୟରେ ସଂକ୍ଷିପ୍ତ ସଙ୍କେତ ଜରିଆରେ ଜଟିଳ ପ୍ରଶ୍ନର ଉତ୍ତର ଦେଇଥାଏ ।

Share