୧୦ ହଜାର କର୍ମଚାରୀଙ୍କୁ ଛଟେଇ କଲା ମାଇକ୍ରୋସଫ୍ଟ

ଓ୍ବାଶିଂଟନ୍‌,୧୮।୧: ପ୍ରସିଦ୍ଧ ଟେକ କମ୍ପାନୀ ମାଇକ୍ରୋସଫ୍ଟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି। କମ୍ପାନୀ କହିଛି ଯେ, ମାକ୍ରୋ-ଅର୍ଥନୈତିକ ଅବସ୍ଥା ଏବଂ ଗ୍ରାହକଙ୍କ ପସନ୍ଦ ପରିବର୍ତ୍ତନ ହେତୁ କର୍ମଚାରୀଙ୍କ ସଂଖ୍ୟା କଟାଯାଉଛି।
ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି, ଏହି ଛଟେଇ ଆମର ମୋଟ ଓ୍ବାର୍କଫୋର୍ସର ୫ ପ୍ରତିଶତରୁ କମ। ତଥାପି ଆମେ ଗୁରୁତ୍ୱପୂର୍ଣ୍ଣ ରଣନୀତିକ କ୍ଷେତ୍ରରେ ନିଯୁକ୍ତି ଜାରି ରଖିବୁ। ଏକ ନୂତନ କମ୍ପ୍ୟୁଟର ପ୍ଲାଟଫର୍ମ ସୃଷ୍ଟି କରିବା ଦିଗରେ ସେ ଗୁରୁତ୍ୱାରୋପ କରିଥିଲେ।
ନାଡେଲା କିଛି ଦିନ ପୂର୍ବରୁ ସୂଚାଇ ଦେଇଥିଲେ, କମ୍ପାନୀର କାର୍ଯ୍ୟରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଗ୍ଲୋବାଲ ଚ୍ୟାଲେଞ୍ଜ ସାମ୍ନାରେ ମାଇକ୍ରୋସଫ୍ଟ ପ୍ରଭାବିତ ହୋଇପାରିବ ନାହିଁ ଏବଂ ଆସନ୍ତା ଦୁଇ ବର୍ଷ କମ୍ପାନୀ ପାଇଁ ସବୁଠାରୁ କଷ୍ଟସାଧ୍ୟ ହୋଇପାରେ।

Share