ମାଇକ୍ରୋଓ୍ବେଭ ଚୁଲି

ମାଇକ୍ରୋଓ୍ବେଭ୍‌ ଚୁଲି ଉଦ୍ଭାବନ କରିଥିଲେ ଆମେରିକାର ପ୍ରସିଦ୍ଧ ପ୍ରତିରକ୍ଷା ସାମଗ୍ରୀ ଯୋଗାଣକାରୀ କମ୍ପାନୀ ରୟଥିଅନ୍‌ର ପ୍ରଯୁକ୍ତି ବିଜ୍ଞାନୀ ପରସି ସ୍ପେନ୍‌ସର୍‌। ସେ ରାଡାର ଯନ୍ତ୍ରରେ ବ୍ୟବହାର ହେଉଥିବା ମାଗ୍ନେଟ୍ରନ୍‌ମାନ ତିଆରି କରିବାରେ ଲାଗିଥାନ୍ତି। ଥରେ ସ୍ପେନସର୍‌ ଭୁଲ୍‌କ୍ରମେ ଗୋଟିଏ ମାଗ୍ନେଟ୍ରନ୍‌ରେ ଆବଶ୍ୟକ ଶକ୍ତି ଅପେକ୍ଷା ଅଧିକ ଶକ୍ତି ସମ୍ପନ୍ନ ଟ୍ରାନ୍‌ଜିଷ୍ଟରଟିଏ ଲଗାଇଦେଲେ। କିଛି ସମୟ ପରେ ସେ ତାପ ଅନୁଭବ କଲେ ଏବଂ ତାଙ୍କ ପକେଟରେ ଥିବା ଚକୋଲେଟ୍‌ଟିଏ ତରଳିଯିବାର ଦେଖାଗଲା। ପ୍ରଥମେ ଏକଥା ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା। ପରେ ସେ ତାଙ୍କର ଭୁଲ୍‌ ବୁଝିପାରିଲେ। ତେବେ ସେଥିରୁ ଲବ୍‌ଧ ଜ୍ଞାନ ବ୍ୟବହାର କରି ସେ ମାଇକ୍ରୋଓ୍ବେଭ ଚୁଲି ଉଦ୍ଭାବନ କଲେ।
ଏ ଚୁଲିରେ ମାଇକ୍ରୋଓ୍ବେଭ ବିକିରଣ ଖାଦ୍ୟ ଅଣୁଗୁଡ଼ିକ ସହିତ ଆନ୍ତଃକ୍ରିୟା ସୃଷ୍ଟି କରେ। ପ୍ରତ୍ୟେକ ତରଙ୍ଗ ଶକ୍ତି ତା’ର ଧ୍ରୁବତାକୁ ପ୍ରତି ତରଙ୍ଗ ଚକ୍ର (ଓଏଭ୍‌ ସାଇନ୍ସ)ରେ ଯୁକ୍ତାତ୍ମକର ବିଯୁକ୍ତାତ୍ମକକୁ ପରିବର୍ତ୍ତିତ ହୋଇଥାଏ। ମାଇକ୍ରୋଓ୍ବେଭ କ୍ଷେତ୍ରରେ ଏହି ଧ୍ରୁବତା ପରିବର୍ତ୍ତନ ପ୍ରତି ସେକେଣ୍ଡରେ ନିୟୁତ ନିୟୁତ ଥର ହୁଏ। ଖାଦ୍ୟ ଅଣୁଗୁଡ଼ିକ, ବିଶେଷକରି ଏଥିରେ ଥିବା ଜଳଅଣୁଗୁଡ଼ିକର ଗୋଟିଏ ଯୁକ୍ତାତ୍ମକ ଏବଂ ଗୋଟିଏ ବିଯୁକ୍ତାତ୍ମକ ମେରୁ ଥାଏ। ତେଣୁ ଏହା ତଦ୍ଦ୍ବାରା ପ୍ରଭାବିତ ହୁଏ।
ରୟଥିଅନ୍‌ କମ୍ପାନୀ ୧୯୪୬ ମସିହାରେ ପ୍ରଥମେ ମାଇକ୍ରୋଓ୍ବେଭ ରନ୍ଧନ ପଦ୍ଧତିକୁ ସ୍ବତ୍ୱାଧିକାରଭୁକ୍ତ କରିଥିଲା ଏବଂ ଏହାଦ୍ୱାରା ନିର୍ମିତ ପ୍ରଥମ ଚୁଲିର ନାମ ଥିଲା ‘ରାଡାରେଞ୍ଜ’। ପ୍ରାୟ ୧.୮ମିଟର ଉଚ୍ଚତା ବିଶିଷ୍ଟ ଏହି ବ୍ୟବସ୍ଥାଟିର ଓଜନ ଥିଲା ୩୪୦ କିଲୋଗ୍ରାମ୍‌। ଏହାକୁ ଜଳ ଦ୍ୱାରା ଶୀତଳ କରାଯାଉଥିଲା ଏବଂ ଏହା ୩୦୦୦ ଓ୍ବାଟ୍‌ ପର୍ଯ୍ୟନ୍ତ ଉତ୍ପନ୍ନ କରୁଥିଲା, ଯାହାକି ବର୍ତ୍ତମାନର ମାଇକ୍ରୋଓ୍ବେଭ ଚୁଲି ଦ୍ୱାରା ଉତ୍ପନ୍ନ ବିକିରଣ ପ୍ରାୟ ୩ ଗୁଣ। ଏହାପରେ ୧୯୬୦ ଦଶକରେ ଲିଟ୍ଟନ ନାମକ ଅନ୍ୟ ଏକ କମ୍ପାନୀ ଏହାର ସ୍ବତ୍ୱାଧିକାର କ୍ରୟ କରି ଆଧୁନିକ ମାଇକ୍ରୋଓ୍ବେଭ ଚୁଲି ସଦୃଶ ବ୍ୟବସ୍ଥାମାନ ତିଆରି ଆରମ୍ଭ କଲା।
ଏବେ ବଜାରରେ ମିଳୁଥିବା ଚୁଲିଗୁଡ଼ିକ ପ୍ରାୟ ୧୦୦୦ ଓ୍ବାଟ୍‌ର ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍‌ ଧାରା ଆବଶ୍ୟକ କରୁଛନ୍ତି। ଅନ୍ୟପକ୍ଷରେ, ଏହାର ଅନେକ ମନ୍ଦଗୁଣ ଥିବାର ମଧ୍ୟ ବୈଜ୍ଞାନିକମାନେ ସୂଚନା ଦେଲେଣି। ଉଦାହରଣ ସ୍ବରୂପ, ଏଥିରେ ଖାଦ୍ୟ ଅଳ୍ପ ସମୟ ପାଇଁ ଗରମ କରାଯାଉଥିବାରୁ ତାହା ଅସମାନ ହୋଇଥାଏ। ଅଧିକାଂଶ ସମୟରେ ଆଗରୁ ରନ୍ଧା ହୋଇଥିବା ଖାଦ୍ୟକୁ ଏଥିରେ ଗରମ କରାଯାଏ। ତହିଁରେ କିଛି ଜୀବାଣୁ ବଢ଼ିପାରିଥାନ୍ତି। ଅସମାନ ଗରମ ସେସବୁ ଗୁଡ଼ିକୁ ମାରି ପାରେ ନାହିଁ। ସେହିପରି ମାଇକ୍ରୋଓ୍ବେଭ ଚୁଲିରେ ତରଳ ପଦାର୍ଥକୁ ଚିକ୍‌କଣ ବାସନରେ ଗରମ କଲେ ତାହା ‘ଅତି ଉତ୍ତପ୍ତ’ (ସୁପର ହିଟ୍‌) ହୋଇପାରେ, ଅର୍ଥାତ୍‌ ତାପମାତ୍ରା ସ୍ପୁଟନାଙ୍କଠାରୁ କିଛି ଅଧିକ ହୋଇଗଲେ ମଧ୍ୟ ତାହା ଫୁଟିବାକୁ ଆରମ୍ଭ କରେ ନାହିଁ। କିନ୍ତୁ ତାହା ସାମାନ୍ୟ ଚହଲିଗଲେ ହଠାତ୍‌ ଖୁବ୍‌ ଜୋରରେ ଫୁଟିବାକୁ ଲାଗେ। ଏଣୁ ସେତେବେଳେ ଆମେ ଯଦି ତାକୁ ଧରିଥାଉ, ହାତକୁ କ୍ଷତି ପହଞ୍ଚେ। ପୁନଶ୍ଚ ମାଇକ୍ରୋଓ୍ବେଭ୍‌ ଚୁଲିରେ ଗରମ କଲାବେଳେ ପାତ୍ରରେ ଧାତବ କିମ୍ବା ଚାମଚ ଆଦି ଥିଲେ ତାହା ଆଣ୍ଟେନା ଭଳି କାମ କରେ ଏବଂ ବେଳେବେଳେ ଜଳିଉଠେ।
କ୍ରମାଗତ ଦୀର୍ଘଦିନ ଧରି ମାଇକ୍ରୋଓ୍ବେଭରେ ପ୍ରକ୍ରିୟାକରଣ ହେଉଥିବା ଖାଦ୍ୟ ଖାଇଲେ ତାହା ମସ୍ତିଷ୍କର ତନ୍ତୁଗୁଡିକ ଅଣ-ଧ୍ରୁବୀକରଣ (ଡି-ପୋଲାରାଇଜିଂ) ଏବଂ ଅଣ-ଚୁମ୍ବକୀୟ (ଡି. ମାଗ୍ନେଟାଇଜିଂ) କରିଦିଏ। ଫଳରେ ମସ୍ତିଷ୍କକୁ କ୍ଷତି ପହଞ୍ଚେ ବୋଲି କୁହାଯାଉଛି। ପଦାର୍ଥଗୁଡିକର ଚୟାପୟନ (ମେଟାବୋଲାଇଜେସନ୍‌) କରିପାରେ ନାହିଁ। ବୈଜ୍ଞାନିକମାନେ ଦାବି କଲେଣି ଯେ ଏହା ଆମ ତଥାକଥିତ ‘ମାଇକ୍ରୋଓ୍ବେଭ ଅସୁସ୍ଥତା’ର କାରଣ ହେବାର ସମ୍ଭାବନା ରହିଛି। ଏହାର ପ୍ରଥମ ସୂଚନା ହେଲା ନିମ୍ନ ରକ୍ତଚାପ ଏବଂ ମନ୍ଥର ହୃତ୍‌ସ୍ପନ୍ଦନ। ପରବର୍ତ୍ତୀ ଅବସ୍ଥାରେ ସମଦର୍ଦ (ସିମ୍ପାଥେଟିକ୍‌) ସ୍ନାୟୁବ୍ୟବସ୍ଥାର ବହୁକାଳିକ ଉଦ୍ଦୀପନା, ଉଚ୍ଚ ରକ୍ତଚାପ, ମୁଣ୍ଡବ୍ୟଥା, ଚକ୍ଷୁ ଯନ୍ତ୍ରଣା, ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ଚିଡିଚିଡା ସ୍ବଭାବ, ଦୁଶ୍ଚିନ୍ତା, ପାକସ୍ଥଳୀରେ ଯନ୍ତ୍ରଣା, ଅମନଯୋଗିତା, କେଶ କ୍ଷୟ, ପ୍ରଜଜନ ସମସ୍ୟା ଏବଂ କର୍କଟରୋଗର ମଧ୍ୟ ଏହା କାରଣ ହୋଇପାରେ। ପୁନଶ୍ଚ କୁହାଯାଉଛି ଯେ, ଶିଶୁଖାଦ୍ୟକୁ ମାଇକ୍ରୋଓ୍ବେଭ କରାଗଲା ପରେ ସେଥିରେ ଥିବା ଆମିନୋଅମ୍ଲ ଏବଂ ମେଦାୟ ମଧ୍ୟରୁ ଅନେକ ତାଙ୍କର ପ୍ରାକୃତିକ ଗୁଣ ହରାନ୍ତି ଏବଂ ବେଳେବେଳେ ତହିଁରୁ କେତେକ ବିଷାକ୍ତ ମଧ୍ୟ ହେବାର ସମ୍ଭାବନା ରହିଛି। ତେବେ ବର୍ତ୍ତମାନ ମାଇକ୍ରୋଓ୍ବେଭ ଚୁଲି ଆମର ଏକ ‘ଅତ୍ୟାବଶ୍ୟକ ହାନୀକାରୀ’ରେ ପରିଣତ ହୋଇଛି। ଏଣୁ ଏହାକୁ ପରିତ୍ୟାଗ କରିବା ସମ୍ଭବପର ନୁହେଁ। ଏପରିସ୍ଥଳେ ମାଇକ୍ରୋଓ୍ବେଭ ଚୁଲି ବ୍ୟବହାର କଲାବେଳେ କେତେକ ପ୍ରତିକାର ପଦକ୍ଷେପ ନିର୍ଦ୍ଧାରଣ କରାଯାଇଛି। ସେଗୁଡିକ ମଧ୍ୟରୁ ମୁଖ୍ୟଗୁଡିକ ହେଲା-
-ଖାଦ୍ୟ ପଦାର୍ଥକୁ ସମାନ ସମାନ ଛୋଟ ଛୋଟ ଖଣ୍ଡ କରି କାଟିଲେ ତାହା ଭଲ ରାନ୍ଧି ହୁଏ। ଏଥିରେ ମାଇକ୍ରୋଓ୍ବେଭ ସମାନ ଭାବେ ବାଣ୍ଟିହୋଇ ପ୍ରବେଶ କରେ। ଖାଦ୍ୟ ଥିବା ପାତ୍ରଟିକୁ ଅଣଧାତବ ପଦାର୍ଥ ନିର୍ମିତ ଢାଙ୍କୁଣୀରେ ଢ଼ାଙ୍କି ରାନ୍ଧିଲେ ତାହା ସମାନ ଭାବେ ରାନ୍ଧି ହୁଏ ଏବଂ ଜୀବାଣୁମାନେ ନଷ୍ଟ ହୋଇଯାଆନ୍ତି।
-ଏହା ଟେକା ଏବଂ ଗୋଲ ଆକାରର ହେଲେ ତାହାର ଚାରିଆଡେ ତାପମାତ୍ରା ସମାନ ଭାବେ ବିଛେଇ ହୋଇ ରହେ। ରାନ୍ଧିବା ଭିତରେ ଖାଦ୍ୟକୁ ଅନ୍ତତଃ ଥରେ ଘାଣ୍ଟିବା ଦରକାର। ନଚେତ୍‌ ତାହାକୁ ଚୁଲି ଭିତରୁ କାଢ଼ିବା ଆଗରୁ କିଛି ସମୟ ରଖିବା ଭଲ। ଏହା ତାପମାତ୍ରାର ସୁଷମ ବଣ୍ଟନରେ ସହାୟକ ହୁଏ।
-ଯେଉଁ ଖାଦ୍ୟକୁ ଯେତିକି ସମୟ ରାନ୍ଧିବାକୁ ସୁପାରିସ କରାଯାଇଛି ତାକୁ ସେତିକି ସମୟ ରାନ୍ଧିବା ଉଚିତ।
-ତରଳ ଖାଦ୍ୟ ରାନ୍ଧିଲେ ମାଇକ୍ରୋଓ୍ବେଭରେ ବନ୍ଦ ରଖି ମଝିରେ ମଝିରେ ତାକୁ ଘାଣ୍ଟ। ଚୁଲିଟି କିଣିଲାବେଳେ ସେଥିସହିତ ଦିଆଯାଇଥିବା ମାର୍ଗଦର୍ଶିକାଟି ଭଲ ଭାବେ ପଢ଼ ଏବଂ ସେହି ଅନୁସାରେ ତାହା ବ୍ୟବହାର କର।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ
୧୨୪/୨୪୪୫
ଖଣ୍ଡଗିରି ବିହାର
ଭୁବନେଶ୍ୱର-୩୦
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ରେ ବି କ୍ରିସ୍‌ମସ୍‌ ଟ୍ରିକୁ ମୁଖ୍ୟଦ୍ୱାର ସମ୍ମୁଖରେ ରଖିବେ ନାହିଁ, ଜାଣନ୍ତୁ କେଉଁଠି ରଖିବା ଶୁଭ…

ଖୁସିର ପର୍ବ କ୍ରିସ୍‌ମସ୍‌ ଆସିଲେ ଚାରିଆଡ଼େ ସକାରାତ୍ମକ ତଥା ଉତ୍ସବର ପରିବେଶ ଖେଳିଯାଏ। ସେଥିପାଇଁ ପ୍ରଭୁ ଯୀଶୁଙ୍କର ଏହି ମହାନ୍‌ ପର୍ବକୁ ଏବେ ସବୁ ଧର୍ମର...

କ୍ରିସ୍‌ମସ୍‌ରେ ପ୍ରିୟଜନଙ୍କୁ କେଉଁ ଗିଫ୍ଟ ଦେବା ଶୁଭ,ଜାଣନ୍ତୁ…

ଆନନ୍ଦ ଉଲ୍ଲାସର ପର୍ବ କ୍ରିସ୍‌ମସ୍‌କୁ ବେଶ୍‌ ଉତ୍ସାହ ସହକାରେ ଚାରିଆଡ଼େ ପାଳନ କରାଯାଇଥାଏ। ଏହିଦିନ ଅନେକେ ପରସ୍ପରକୁ ଗିଫ୍ଟ ଦେଇ ସୁଖଦ ଭବିଷ୍ୟତର କାମନା କରିଥାନ୍ତି।...

୨୦୨୪ ଶେଷ ସପ୍ତାହରେ ଏହି ୬ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହେବ ଧନ ବର୍ଷା

ଆଉ କିଛିଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ଏବେ ଡିସେମ୍ବର ସରିବାକୁ ଯାଉଛି। ତେବେ ଏହି ମାସର ଶେଷ ସପ୍ତାହ ଅର୍ଥାତ୍‌ ୨୩ ଡିସେମ୍ବରରୁ...

ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଏହି ୫ କଥା ଜାଣିନିଅନ୍ତୁ , ନଚେତ…

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା...

ଖାଲି ପ୍ରେମ ନୁହେଁ, ପୁରୁଷସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା…

ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ...

ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ….

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ...

ଶୀତଦିନେ କେମିତି ନେବେ କେଶର ଯତ୍ନ

ଶୀତଦିନେ ତ୍ୱଚା ଭଳି କେଶ ମଧ୍ୟ ରୁକ୍ଷ ହୋଇଯାଏ। ତେଣୁ ଏହାର ଉପଯୁକ୍ତ ଯତ୍ନ ନେବାକୁ ହେବ। ଏଥିପାଇଁ ଜାଣି ରଖନ୍ତୁ କିଛି ଟିପ୍ସ… -କେଶକୁ...

ତରକାରିରେ ଲୁଣ ଅଧିକ ହୋଇଯାଇଥିଲେ.. ଆପଣାନ୍ତୁ ଏହି ଉପାୟ

– ତରକାରିରେ ଯଦି ଲୁଣ ଅଧିକ ହୋଇଯାଇଥାଏ ତେବେ ସେଥିରେ କଞ୍ଚାଆଳୁକୁ କାଟି ପକାଇ ଦିଅନ୍ତୁ। ତରକାରିର ମାତ୍ରା ଅନୁସାରେ ଆଳୁ ଖଣ୍ଡେ ଅବା ୨ଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri