ମଝି ଅକାଶରେ ପକ୍ଷୀ ସହ ଧକ୍କା: ତ୍ରିଭୁବନ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ…

କାଠମାଣ୍ଡୁ,୨୭।୫ : ବେଙ୍ଗାଲୁରୁ ଅଭିମୁଖେ ନେପାଳ ଏୟାରଲାଇନ୍ସର ଏକ ବିମାନ ଏ-୩୨୦ ଉଡ଼ାଣ କରୁଥିବାବେଳ ମଝି ଆକାଶରେ ପକ୍ଷୀ ସହ ଧକ୍କା ହୋଇଛି। ଏହା ପରେ ବିମାନଟିକୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଫେରିବାକୁ ପଡିଥିଲା।

ତ୍ରିଭୁବନ ବନ୍ଦରର ମୁଖପାତ୍ର ଟେକନାଥ ସୀତାଲାଙ୍କ ଅନୁଯାୟୀ, ବିମାନଟି ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିରାପଦରେ ଅବତରଣ କରିଛି ଏବଂ ଟେକ୍ନିସିଆନମାନେ ବିମାନର ଯାଞ୍ଚ କରୁଛନ୍ତି।

ବିମାନଟି ଅପରାହ୍ନ ୧ ଟା ୪୫ରେ ବାଙ୍ଗାଲୋର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଯାତ୍ରୀମାନଙ୍କୁ ଅନ୍ୟ ବିମାନକୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି। ଏ-୩୨୦ର ସର୍ବାଧିକ ଯାତ୍ରୀ କ୍ଷମତା ୧୮୦ ।

Share