ମଧ୍ୟାହ୍ନ ଭୋଜନରେ ଅଣ୍ଡା ଅଡୁଆ

କେନ୍ଦୁଝର,୬ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଅଣ୍ଡାର ମୂଲ୍ୟ ବଢ଼ିଚାଲିଛି। କିନ୍ତୁ ମଧ୍ୟାହ୍ନ ଭୋଜନରେ ମିଳୁଥିବା ଅଣ୍ଡା ବାବଦକୁ ମୂଲ୍ୟ ବଢ଼ୁ ନାହିଁ। ଫଳରେ ଅଙ୍ଗନୱାଡି ଦିଦିମାନେ ଆର୍ଥିକ ସଙ୍କଟରେ ରହୁଛନ୍ତି। ବଜାରରେ ଅଣ୍ଡାର ଦାମ ବଢ଼ୁଥିବାରୁ ସରକାର ଅନୁଦାନ ଅର୍ଥ ବଢ଼ାଇବାକୁ ଦାବି ହୋଇଛି। ନଚେତ ମେନୁ ପରିବର୍ତ୍ତନ ଉପରେ ବିଚାର କରିବାକୁ ଦାବି ହେଉଛି। ଏ ନେଇ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାକର୍ସ ଆସୋସିଏଶନ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଅନୁଯାୟୀ, ଅଙ୍ଗନୱାଡ଼ିରେ ଅଣ୍ଡା ପିଛା ୫ ଟଙ୍କା ମିଳୁଥିବା ବେଳେ ଘରକୁ ବଣ୍ଟନ ହେଉଥିବା ଶୁଖିଲା ଖାଦ୍ୟରେ ଦିଆଯାଉଥିବା ଅଣ୍ଡା ବାବଦକୁ ୫.୫୦ ପଇସା ସରକାର ଦେଉଛନ୍ତି। କିନ୍ତୁ ବଜାରରେ ଅଣ୍ଡା ଦାମ ୮ ଟଙ୍କାରେ ପହଞ୍ଚିଲାଣି। ଗତ ପାଞ୍ଚ ବର୍ଷ ତଳେ ଧାର୍ଯ୍ୟ କରାଯାଇଥିବା ମୂଲ୍ୟ ଅନୁସାରେ ଅର୍ଥ ଦିଆଯାଉଛି। ଫଳରେ ଅଙ୍ଗନୱାଡିକର୍ମୀଙ୍କ ଉପରେ ଆର୍ଥିକ ବୋଝ ପଡୁଥିବା ରାଜ୍ୟ ସମ୍ପାଦିକା ମମତା ରାଣୀ ବେହେରା କହିଛନ୍ତି। ଅଣ୍ତାର ଦର ବୃଦ୍ଧି କରା ନ ଗଲେ ସେହି ଅର୍ଥରେ ଯେତିକି ଅଣ୍ତା ହୋଇପାରିବ ସେତିକି ବଣ୍ଟନ କରିବେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ନଚେତ ମେନୁ ପରିବର୍ତ୍ତନ କରି ସପ୍ତାହରେ ୨ ଦିନ ଅଣ୍ତା, ୨ ଦିନ ଡାଲମା ଓ ୨ ଦିନ ସୋୟାବଡ଼ି ଦେବାକୁ ଦାବି କରିଛନ୍ତି। ସଂଗଠନ ସମ୍ପାଦକ ଭାନୁମତୀ ମହାନ୍ତ, ସଭାପତି ଚନ୍ଦ୍ରମଣୀ ବାରିକ ସମେତ ସୋମ୍ଭାରୀ ନାଏକ, ମିନାକ୍ଷୀ ପଲେଇ, କଲ୍ୟାଣୀ ବେହୁରିଆ, ଚମ୍ପାବତୀ ବାରିକ, ମମତା ସେଠୀ, ପ୍ରେମଲତା ଆଚାର୍ଯ୍ୟ, ନମିତା ମହାନ୍ତ, ପଦ୍ମତୋଳା ଚୌଧୁରୀ, ଜମୁନା ନାୟକ, ସବିତା ମହାନ୍ତ, ସୁଚିସ୍ମିତା ନାୟକ, ମାଳତୀ ହାଁସଦା, କାମିନୀ ଦେହୁରୀ, ମମତା ବାରିକ, ସୁଲୋଚନା ବେହେରା, ସାଇଲତା ବେହେରା, ଗୀତାରାଣୀ ମହାନ୍ତି, ରୀନା ବେହେରା, ଅରୁନ୍ଦତୀ ନାଏକ, ପଙ୍କଜିନୀ ପ୍ରଧାନ, ଟିକି ପାତ୍ର, ରଶ୍ମିତା ସେଠୀ ପ୍ରମୁଖ ସାମିଲ ହୋଇ ଦାବିପତ୍ର ଦେଇଥିଲେ। ଏହାର ଏକକିତା ନକଲ କେନ୍ଦୁଝର ଉପଜିଲାପାଳ, ଜିଲା କଲ୍ୟାଣ ସମାଜ ମଙ୍ଗଳ ଅଧିକାରିଣୀ, ଜିଲାର ସମସ୍ତ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ ଦିଆଯାଇ ଥିବା ସେମାନେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ-ଖଡ଼ିଛୁଆଁ କାର୍ଯ୍ୟକ୍ରମ

ଥୁଆମୂଳ ରାମପୁର,୨।୪(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ସ୍ଥିତ ସରକାରୀ ଉଚ୍ଚ ଉନ୍ନତ ପ୍ରାଥମିକ ବିଦ୍ୟାଳୟରେ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀ ପ୍ରଭାତୀ...

ସହକାରୀ ଯନ୍ତ୍ରୀଙ୍କ ନିଷ୍ଠାପର କାର୍ଯ୍ୟଦକ୍ଷତାକୁ ସହକର୍ମୀ-ଜନସାଧାରଣ ମନେରଖିବେ

ଜି.ଉଦୟଗିରି, ୨।୪(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବ୍ଲକର ସହକାରୀ ଯନ୍ତ୍ରୀ ବାଳକୃଷ୍ଣ ମିଶ୍ର ଓ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କୁମରମଣି...

୭୭ତମ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ, ଦୁଇଦିନ ଉତ୍କଳ ମଣ୍ଡପରେ ସମାରୋହ

ଭୁବନେଶ୍ୱର,୨।୪: ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ୭୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ଉପଲକ୍ଷେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ...

ମଙ୍ଗଳା ପୂଜା ସାରି ଫେରିବା ବେଳେ ଟଳି ପଡ଼ିଲେ ପୂଜକ

ଆନନ୍ଦପୁର,୨।୪(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଶାସଙ୍ଗ ଗ୍ରାମରେ ବୁଧବାର ଦିନ ମଙ୍ଗଳା ପର୍ବର କଳସ ବିସର୍ଜନ ସାରି ଫେରିବା ବେଳେ ଟଳି...

ପ୍ରଥମ ସପ୍ତାହରେ ଅଭିଯୋଗ ଶୁଣାଣି ନୋହିଲା, ୭ରୁ ହେବ ଆରମ୍ଭ

କେନ୍ଦୁଝର,୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ଏପ୍ରିଲ ମାସ ପାଇଁ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୂଚୀ ପ୍ରକାଶ ପାଇଛି ।...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ଖଲ୍ଲିକୋଟ,୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭରସା ଗ୍ରାମର ପ୍ରଭାତ ଓରଫ ସିଲୁ ମହାନ୍ତି (୨୮) ମଙ୍ଗଳବାର ଅପରାହ୍ନରେ ଗ୍ରାମର ମଶାଣି...

କେବେବି ପିଅନ୍ତୁ ନାହିଁ ଥଣ୍ଡା ପାଣି

ଏବେ ତ ଗ୍ରୀଷ୍ମଋତୁ। ଲସି, ସର୍ବତ ବ୍ୟତୀତ ଥଣ୍ଡା ପାଣିର ଚାହିଦା କିଛି କମ ନୁହେଁ। କେତେକେ ଅତ୍ୟଧିକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଆନ୍ତି।...

Jasprit Bumrah IPL 2025: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିବ ବଡ଼ ଝଟକା! ଫିଟ ହେବା ପରେ ବି ଖେଳିବେ ନାହିଁ ବୁମରା?

ନୂଆଦିଲ୍ଲୀ,୨।୪: ଜସପ୍ରିତ ବୁମରା ଆଘାତ ଯୋଗୁଁ ପଡ଼ିଆ ବାହାରେ ଅଛନ୍ତି। ସେ ଚଳିତ ବର୍ଷ ଜାନୁଆରୀରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଭାରତର ଅଷ୍ଟ୍ରେଲିଆ ଗସ୍ତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image