ମଝିଆ ଭାଇକୁ ହତ୍ୟା କଲେ ଦୁଇ ଭାଇ

ରେଢ଼ାଖୋଲ,୩୦ା୪(ଡି.ଏନ୍‌.ଏ.): ରେଢାଖୋଲ ଥାନା କଦଳିଗଡ଼ ପଞ୍ଚାୟତ ସାନରେଙ୍ଗାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ଦୁଇ ଭାଇ ମିଶି ମଝିଆ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି।
ଖବର ପାଇ ରେଢ଼ାଖୋଲ ପୋଲିସ ସାନରେଙ୍ଗାଲି ଗ୍ରାମରେ ଶନିବାର ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ଡାକ୍ତରଖାନା ପଠାଇଛି। ପୋଲିସ ହତ୍ୟାକାରୀ ଭାଇ ଦ୍ବୟଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ମୃତକ ହେଲେ ସଞ୍ଜୟ ମୁଣ୍ଡା। ହତ୍ୟାକାରୀ ବଡ଼ଭାଇ ଶିୟୁ ମୁଣ୍ଡା ଏବଂ ସାନଭାଇ ଆନନ୍ଦ ମୁଣ୍ଡାଙ୍କୁ ପୋଲିସ ଗିରଫ କରିଛି।
ମିଳିଥିବା ସୂଚନା ମୁତାବକ, ସୁନ୍ଦରଗଡ଼ ଜିଲାର ମୂଳବାସିନ୍ଦା ସଞ୍ଜୟଙ୍କ ପରିବାର ଲୋକେ ୨୦ ବର୍ଷ ହେବ ଆସି ସାନରେଙ୍ଗାଲି ଗ୍ରାମ ନିକଟ ଜଙ୍ଗଲରେ ରହୁଥିଲେ। ବାପା ଓ ଅଜାଙ୍କ ଦେହାନ୍ତ ପରେ ତିନିଭାଇ ନିଜ ପରିବାର ସହିତ ରହୁଥିଲେ। ହେଲେ ମାସେ ହେଲା ସଞ୍ଜୟଙ୍କ ବିଦ୍ୟୁତ୍‌ ସଂଯୋଗକୁ ବିଭାଗ ପକ୍ଷରୁ କୌଣସି କାରଣରୁ କାଟି ଦିଆଯାଇଥିଲା। ଏନେଇ ସଞ୍ଜୟ ଭାଇମାନଙ୍କୁ ଦାୟୀ କରିବା ସହ ଗଣ୍ଡଗୋଳ କରୁଥିଲେ। ଏହି ଘଟଣାକୁ ନେଇ ଶୁକ୍ରବାର ରାତିରେ ଭାଇମାନଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଉତ୍ତ୍ୟକ୍ତ ହୋଇ ଶିୟୁ ଏବଂ ଆନନ୍ଦ ମଝିଆ ଭାଇ ସଞ୍ଜୟଙ୍କୁ ହତ୍ୟା କରିଥିଲେ।

Share