ହମାସ୍‌ଙ୍କ ଶିବିରକୁ ଧ୍ୱଂସ କରିଦେବୁ: ନେତାନ୍ୟାହୁ

ଜେରୁଜେଲମ,୮।୧୦: ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କବାଦୀ ହମାସ୍‌ ଏକ ବଡ଼ ଧରଣର ଯୁଦ୍ଧ ଆରମ୍ଭ କରିଛି। ଶନିବାର ଇସ୍ରାଏଲର ଅନେକ ସ୍ଥାନରେ ୫ହଜାରରୁ ଅଧିକ ମିସାଇଲ ମାଡ କରି ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ତେବେ ଆକ୍ରମଣରେ ୧୦୦ରୁ ଅଧିକ ନିହତ ହେବା ସହ ୭୪୦ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ଆତଙ୍କବାଦୀ ହମାସ୍‌ର ଆକ୍ରମଣରେ ଇସ୍ରାଏଲ ସରକାର ନେତାନ୍ୟାହୁ ଯୁଦ୍ଧ ଘୋଷଣା କରିଛନ୍ତି। ଏହି ଯୁଦ୍ଧ ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ହାମାସ୍‌ ଆତଙ୍କବାଦୀଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଆମେ ସେମାନଙ୍କର ସମସ୍ତ ଶିବିରକୁ ଧ୍ୱଂସାବଶେଷରେ ପରିଣତ କରିଦବୁ।

ରବିବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ଆମେ ଏହି ଯୁଦ୍ଧରେ ଜିତିବୁ, କିନ୍ତୁ ଯୁଦ୍ଧଖର୍ଚ୍ଚ ବହନ କରିବା ଅସହ୍ୟ। ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ସମୟ।

 

 

Share