ଅରବ ହୋଇ ବି ଇସ୍ରାଏଲବାସୀଙ୍କୁ କରୁଥିଲେ ସାହାଯ୍ୟ, ଗୁଳିକଲେ ହମାସ ଆତଙ୍କବାଦୀ

ଜେରୁଜେଲମ,୧୫।୧୦: ଯେତେବେଳେ ହମାସ ହଠାତ ଇସ୍ରାଏଲ ଉପରେ ଆକ୍ରମଣ କଲା, ସେମାନେ ଦକ୍ଷିଣ ଇସ୍ରାଏଲର ଏକ ସଂଗୀତ କନସର୍ଟରେ କିଛି ୟିହୁଦୀଙ୍କୁ ମଧ୍ୟ ଟାର୍ଗେଟ କଲେ। ସେହି ସମୟରେ ସେଠାରେ ହଜାର ହଜାର ୟିହୁଦୀ ଉପସ୍ଥିତ ଥିଲେ ଏବଂ ସେମାନଙ୍କ ମଧ୍ୟରେ ଜଣେ ଇସ୍ରାଏଲ ଅରବ ପାରାମେଡିକ ମଧ୍ୟ ଉପସ୍ଥିତ ଥିଲେ। ସେ ସେଠାରେ ଫସି ରହିଥିବା ଲୋକଙ୍କ ଜୀବନ ରକ୍ଷା କରିବା ଅଧିକ ଗୁରୁତ୍ୱପୂର୍ଣ ମନେ କରିଥିଲେ ଏବଂ ସେଠାରୁ ପଳାଇ ନ ଥିଲେ, ଏହି କାରଣରୁ କିଛି ସମୟ ପରେ ତାଙ୍କୁ ମଧ୍ୟ ହମାସ ଆତଙ୍କବାଦୀଙ୍କ ଗୁଳିର ଶିକାର ହେବାକୁ ପଡିଥିଲା।
ସୂଚନାଯୋଗ୍ୟ, ଅଓ୍ବଦ ଦାରାଭଶେଙ୍କୁ ୨୩ ବର୍ଷ ବୟସ ହୋଇଥିଲା, ସେ ସେଠାରେ ସଙ୍ଗୀତ କନସର୍ଟର ଅଂଶ ହେବା ପାଇଁ ନଥିଲେ, କିନ୍ତୁ ଜରୁରୀକାଳୀନ ସେବା ପାଇଁ ନିୟୋଜିତ ୟୋସି ଆମ୍ବୁଲାନ୍ସର ଜଣେ କର୍ମଚାରୀ ଭାବରେ ଥିଲେ ।
ଅକ୍ଟୋବର ୭ ସକାଳେ ଇସ୍ରାଏଲର ରାଜଧାନୀରେ ରକେଟ ଚେତାବନୀ ଦେଇ ଆକାଶରୁ କ୍ରମାଗତ ଭାବରେ ରକେଟ ଖସିବା ଆରମ୍ଭ କଲା। ସବୁଆଡେ ଗୁଳି ବିନିମୟ ହୋଇଥିଲା। ସେହି ସମୟ ମଧ୍ୟରେ, କନସର୍ଟମାନେ ହଠାତ୍‌ ପାରାମେଡିକ୍ସ ଷ୍ଟେସନ ଆଡ଼କୁ ଦୌଡ଼ିବାକୁ ଲାଗିଲେ। ହମାସ ଆତଙ୍କବାଦୀଙ୍କ ଆକ୍ରମଣ ତୀବ୍ର ହେବାପରେ ସମସ୍ତଙ୍କୁ ପାରାମେଡିକ ଷ୍ଟେସନକୁ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା, କିନ୍ତୁ ଦାରାଭଶେ କିଛି ଆହତଙ୍କ ଚିକିତ୍ସା କରୁଥିବାରୁ ସେ ଯିବାକୁ ମନା କରିଦେଇଥିଲେ। ତା’ପରେ ହଠାତ୍‌ ଜଣେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କରିବା ବେଳେ ତାଙ୍କୁ ଗୁଳି କରାଯାଇଥିଲା।

Share