ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ୨୮ ମୃତ

ଇସଲାମାବାଦ,୨୧।୮: ପାକିସ୍ତାନରୁ ଇରାକକୁ ଯାଉଥିବା ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ବୁଧବାର ଜଣେ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି।

ରିପୋର୍ଟ ଅନୁଯାୟୀ ସ୍ଥାନୀୟ ଜରୁରୀକାଳୀନ ଅଧିକାରୀ ମହମ୍ମଦ ଅଲି ମଲେକଜାହେଦ କହିଛନ୍ତି ଯେ ମଙ୍ଗଳବାର ରାତିରେ ଇରାନର ୟାଜଦ ପ୍ରଦେଶରେ ଏହି ଦୁର୍ଘଟଣା ଘଟିଛି। ପାକିସ୍ତାନୀ ଖବରକାଗଜ ଡନ ଅନୁଯାୟୀ, ବ୍ରେକ ବିଫଳ ହେତୁ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୧୮ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ବସ୍‌ରେ ୫୦ରୁ ଉର୍ଦ୍ଧ୍ୱ ଲୋକ ଥିଲେ।

Share