ମଧ୍ୟ ପ୍ରାଚ୍ୟ ସଙ୍କଟ: ମୁତୟନ ହେବେ ୨,୦୦୦ ଆମେରିକା ସୈନ୍ୟ…

ଜେରୁଜେଲମ୍‌୧୭।୧୦ : ହମାସ ଇସ୍ରାଏଲ ବିବାଦ ମଧ୍ୟରେ ଆମେରିକା ସୁରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ କହିଛି ଶାନ୍ତି ଶୃଙ୍ଖଳା ବ୍ୟହତ ହେବାର ଅଶଙ୍କା ଥିବାରୁ ଆମେରିକା ୨,୦୦୦ ଯବାନଙ୍କୁ ଇସ୍ରାଏଲ ବିଭିନ୍ନ ଅଞ୍ଚଳରେ ମୁତୟନ କରିଛି। ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ କହିଛନ୍ତିି ଆମେରିକା ସେନା ମଧ୍ୟ ପ୍ରାଚ୍ୟରେ ଜରି ରହିଥିବା ଅଶାନ୍ତ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛି।

ଯବାନମାନଙ୍କ ସହିତ ମେଡିକାଲ ୟୁନିଟ ସହାୟତା ଯୋଗାଇ ଦେବା ସହିତ ଅନ୍ୟ ଦଳ ବିସ୍ଫୋରକ ନିଷ୍କ୍ରିୟ କରିବେ। ଗାଜାରେ ଜାରି ରହିଥିବା ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧନା ଉପରେ ଆମେରିକା ଗୁରୁତ୍ୱ ପ୍ରଦାନ କରିଛି। ଯୁଦ୍ଧ ବନ୍ଦ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ଗସ୍ତ କରିବେ। ବାଇଡେନଙ୍କ ଇସ୍ରାଏଲ ଗସ୍ତକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ହେଉଛି।

Share