ଜନ୍ମହାର ବୃଦ୍ଧି ପାଇଁ ଇରାନ ସରକାରଙ୍କ ନୂଆ ଫର୍ମୁଲା

ତେହେରାନ,୨୨ ।୭: ଗତ କିଛି ବର୍ଷ ହେବ ଇରାନରେ ଜନ୍ମହାର କମ୍ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଛି । ବିଶ୍ୱର କିଛି ଦେଶ ତୁଳନାରେ ଇରାନରେ ଜନ୍ମହାର ଖୁବ୍‌କମ୍ ଥିବାରୁ ଚିନ୍ତାରେ ଥିବା ସରକାର ଏବେ ଏକ ନୂଆ ଫର୍ମୁଲା କଥା ଚିନ୍ତା କରିଛନ୍ତି । ଜନ୍ମହାର ବୃଦ୍ଧି କରିବା ପାଇଁ ଇରାନ ସରକାର ମ୍ୟାଚ ମେକିଂ ଆପ ଲଞ୍ଚ କରିଛନ୍ତି । ଯେଉଁ ଆପ ଯୁବବର୍ଗଙ୍କୁ ଆକର୍ଷିତ କରିବ । ଏମାନେ ଏହି ଆପ ମାଧ୍ୟମରେ ନିଜର ଜୀବନସାଥୀ ବାଛିପାରିଲେ ଓ ଇରାନର ଜନ୍ମହାର ବୃଦ୍ଧି ପାଇବ । ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଆପର ନାଁ ରହିଛି ‘ହମଦମ’ ଆପ । ଏହାକୁ ସରକାରଙ୍କ ଇସଲାମିକ ସାଂସ୍କୃତିକ ନିକାହ ତିଆରି କରିଛି । ଏହି ଆପ ସମ୍ଭାବିତ ଯୋଡି ସେମାନଙ୍କ ପରିବାର ସହ ସମ୍ପର୍କ କରି ବିବାହ କରାଉଛି । ବିବାହର ୪ ବର୍ଷ ପର୍ଯ୍ୟନ୍ତ ସମ୍ପର୍କ ବି ରଖୁଛି । ଇରାନରେ ଡେଟିଂ ଉପରେ ପ୍ରତିବନ୍ଧକ ରହିଛି । ସୂଚନାରୁ ଜଣାପଡିଛି କି ଗତ ୪ ବର୍ଷ ମଧ୍ୟରେ ଇରାନ ମହିଳାଙ୍କ ନିକଟରେ ପ୍ରଜନନ ହାର ୨୫ ପ୍ରତିଶତ କମ୍ ହୋଇଛି । ୨୦୧୪ରେ ସୁପ୍ରିମ ଲିଡର ଆୟାତୁଲ୍ଲା ଖମେନେଇ କହିଥିଲେ ଜନ୍ମହାର ବୃଦ୍ଧି ହେଲେ ରାଷ୍ଟ୍ରୀୟ ପରିଚୟ ମଜଭୁତ ହୋଇଥାଏ । ଏହାପରେ ଇରାନରେ ଜନ୍ମହାର ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦିଆଯାଉଛି ।

Share