ଗାଜାରେ ମନୁଷ୍ୟକୃତ ବିପର୍ଯ୍ୟୟକୁ ରୋକାଯାଇ ପାରିବ ନାହିଁ, ବିଦ୍ୟୁତ-ପାଣି-ଇନ୍ଧନ ବନ୍ଦ କରିବା ପରେ ଇସ୍ରାଏଲକୁ ସତର୍କ କରାଇଲା ହୁ

ତେଲ ଅଭିଭ,୧୩।୧୦: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ) ଇସ୍ରାଏଲକୁ ସତର୍କ କରାଇଛି। ଗାଜା ଷ୍ଟ୍ରିପରେ ବିଦ୍ୟୁତ, ପାଣି, ଇନ୍ଧନ ଓ ଖାଦ୍ୟ ଯୋଗାଣ ବନ୍ଦ କରିଦେବା ଯୋଗୁ ସ୍ବାସ୍ଥ୍ୟସେବା ସଙ୍କଟରେ ଅଛି।
ହୁ ଏକ ବିବୃତ୍ତି ଜାରି କରି କହିଛି, ଗାଜାରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ପଡିଛି। ସମ୍ପୂର୍ଣ୍ଣ ଅବରୋଧ ମଧ୍ୟରେ ଯଦି ଇନ୍ଧନ ଏବଂ ଜୀବନ ରକ୍ଷାକାରୀ ସ୍ବାସ୍ଥ୍ୟସେବା ଏବଂ ମାନବିକ ସାମଗ୍ରୀ ତୁରନ୍ତ ଗାଜା ଷ୍ଟ୍ରିପକୁ ଯୋଗାଣ ନ ହୁଏ ତେବେ ମାନବିକ ବିପର୍ଯ୍ୟୟକୁ ରୋକାଯାଇପାରିବ ନାହିଁ।

ଗାଜା ଷ୍ଟ୍ରିପରେ ଥିବା ହମାସ୍‌ ଆତଙ୍କବାଦୀଙ୍କ ଘରେ ପ୍ରାୟ ୨.୨ନିୟୁତ ପାଲେଷ୍ଟାନୀୟ ବାସ କରନ୍ତି। ତେବେ ଆଜିକୁ ୭ଦିନ ଧରି ଚାଲୁଥିବା ଯୁଦ୍ଧରେ ହମାସ ଆତଙ୍କବାଦୀମାନେ କେବଳ ଇସ୍ରାଏଲର ସାଧାରଣ ନାଗରିକଙ୍କୁ ହତ୍ୟା କରିନାହାଁନ୍ତି ବରଂ ସେମାନଙ୍କର ସୈନିକମାନଙ୍କୁ ବନ୍ଧକ ରଖିଛନ୍ତି। ଏହାର ଜବାବରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଗାଜାରେ ହମାସ ବିରୋଧରେ ଆକ୍ରମଣ ଆରମ୍ଭ କରିଛି।

Share