ଆମକୁ ଶୀଘ୍ର ଏହି ନର୍କରୁ ବାହାର କର

ଜେରୁଜେଲମ,୧୭।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ନିରନ୍ତର ଯୁଦ୍ଧ ଚାଲିଛି। ଉଭୟ ପକ୍ଷରୁ ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ପାଲେଷ୍ଟାଇନ ଶରଣାର୍ଥୀମାନଙ୍କ ପାଇଁ ମିଳିତ ଜାତିସଂଘ ଏଜେନ୍ସି ସହିତ କାର୍ଯ୍ୟ କରୁଥିବା ୧୩,୦୦୦ କର୍ମଚାରୀ ନିରନ୍ତର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଏବଂ ଯୁଦ୍ଧ ମଧ୍ୟରେ ସମସ୍ତ ଶ୍ରମିକ ଭୟଭୀତ ଓ କ୍ଳାନ୍ତ ହୋଇପଡିଲେଣି। ଏଜେନ୍ସିର ଜଣେ ପ୍ରବକ୍ତା ହମାସ ଦ୍ୱାରା ପରିଚାଳିତ ଗାଜା ଅଞ୍ଚଳରେ ପରିସ୍ଥିତିକୁ ନର୍କ ବୋଲି ବର୍ଣ୍ଣନା କରିଛନ୍ତି। ୟୁଏନ୍‌ଆରଡବ୍ଲ୍ୟୁଏ ହେଉଛି ଗାଜା ଷ୍ଟ୍ରିପରେ କାର୍ଯ୍ୟ କରୁଥିବା ମିଳିତ ଜାତିସଂଘର ସର୍ବବୃହତ ଏଜେନ୍ସି। ଗାଜାରେ ଏହା ଏକ ବୃହତ ସ୍ତରରେ ପରିଚାଳିତ ହେଉଛି। ଏଜେନ୍ସିର ୧୩ ହଜାର କର୍ମଚାରୀ ରିଲିଫ କାର୍ଯ୍ୟରେ ଜଡିତ ଅଛନ୍ତି।

Share