ଆଇଡିଏଫକୁ ଧମକ ଦେଲା ହମାସ

ଜେରୁଜେଲମ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅକ୍ଟୋବର ୭ରୁ ଯୁଦ୍ଧ ଚାଲିଛି। ଗାଜା ପଟ୍ଟିକୁ ଧ୍ୱଂସ କରିବା ପାଇଁ ଇସ୍ରାଏଲ ଲଗାତାର ଗାଜା ଷ୍ଟ୍ରିପ ଉପରେ ବୋମାମାଡ଼ କରୁଛି। ହମାସର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଏହି ବିସ୍ଫୋରଣରେ ବିଦେଶୀମାନଙ୍କ ସମେତ ୧୩ ଜଣ ବନ୍ଧକ ପ୍ରାଣ ହରାଇଥିଲେ।

ନ୍ୟୁଜ ଏଜେନ୍ସି ଏପିର ସୂଚନା ଅନୁଯାୟୀ ହମାସ କହିଛନ୍ତି ଯେ ଗାଜା ଉପରେ ଇସ୍ରାଏଲର ଅତ୍ୟଧିକ ବୋମା ବିସ୍ଫୋରଣ ହେତୁ ବିଦେଶୀ ସମେତ ୧୩ଜଣ ବନ୍ଦୀଙ୍କର ମୃତ୍ୟୁ ହୋଇଛି। ଗତ୨୪ଘଣ୍ଟା ମଧ୍ୟରେ ଏହି ବ୍ୟକ୍ତିମାନଙ୍କୁ ବିଭିନ୍ନ ସ୍ଥାନରେ ହତ୍ୟା କରାଯାଇଥିଲା ବୋଲି ହମାସର ସାମରିକ ୱିଙ୍ଗ କହିଛି। ତେବେ ବିଦେଶୀମାନଙ୍କର ଜାତୀୟତା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଇସ୍ରାଏଲ ଦ୍ୱାରା ମଧ୍ୟ ଏହା ନିଶ୍ଚିତ ହୋଇନାହିଁ।
ଇସ୍ରାଏଲ ଅଧିକାରୀଙ୍କ କହିବାନୁସାରେ, ହମାସ ଆତଙ୍କବାଦୀମାନେ ଗାଜାରେ ପ୍ରାୟ ୧୫୦ ଲୋକଙ୍କୁ ବନ୍ଦୀ ରଖିଛନ୍ତି। ଏହି ବନ୍ଦୀମାନଙ୍କ ମଧ୍ୟରେ ଇସ୍ରାଏଲର ବରିଷ୍ଠ ସେନା ତଥା ବିଦେଶୀ ନାଗରିକ ମଧ୍ୟ ଅଛନ୍ତି। ଯଦି ଇସ୍ରାଏଲ ବିନା ଚେତାବନୀରେ ଗାଜା ଉପରେ ବୋମା ବିସ୍ଫୋରଣ ଜାରି ରଖେ ତେବେ ହମାସ ବନ୍ଦୀମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି।

Share