ଇସ୍ରାଏଲର ବିମାନ ଆକ୍ରମଣରେ ହମାସର ଆଉ ଜଣେ ଟପ କମାଣ୍ଡର ନିହତ

ତେଲ ଆଭିବ,୧୫।୧୦:  ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସର ଆକ୍ରମଣ ପରେ ଇସ୍ରାଏଲ ଲଗାତାର ଏୟାର ଷ୍ଟ୍ରାଇକ କରି ଚାଲିଛି। ଏହାର ଜବାବରେ ଇସ୍ରାଏଲ ପାଲେଷ୍ଟାଇନର ୨୯୦୦ରୁ ଅଧିକ ଲୋକଙ୍କୁ ମାରି ସାରିଲାଣି। ଇତିମଧ୍ୟରେ ଇସ୍ରାଏଲ ହମାସର ବି ଅନେକ କମାଣ୍ଡରଙ୍କୁ ଟାର୍ଗେଟ କରିଛି।

ଇସ୍ରାଏଲର ଏୟାର ଷ୍ଟ୍ରାଇକ ସମୟରେ ଅନେକ ମାରାତ୍ମକ ଆକ୍ରମଣର ନେତୃତ୍ୱ ନେଇଥିବା ହମାସର ଜଣେ ବରିଷ୍ଠ କମାଣ୍ଡରଙ୍କୁ ହତ୍ୟା କରାଯାଇଛି। ଆଇଡିଏଫ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) କହିଛି ଯେ ନୁଖବା ୟୁନିଟର ସାଉଥ ଖାନ ୟୁନିସ ବାଟାଲିଅନର କମାଣ୍ଡର ବିଲାଲ ଅଲ-କେଦାଙ୍କୁ ଆଜି ହତ୍ୟା କରାଯାଇଛି। ଇସ୍ରାଏଲର ଅନେକେ ଲୋକଙ୍କ ହତ୍ୟା ପାଇଁ କେଦ୍ରା ଦାୟୀ ବୋଲି ବିବେଚନା କରାଯାଏ।
ସୂଚନାଯୋଗ୍ୟ, ସିନ ବେଟ ସୁରକ୍ଷା ଏଜେନ୍ସି ଏବଂ ମିଲିଟାରୀ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟର ଗୁପ୍ତଚର ଉଦ୍ୟମ ପରେ କେଦ୍ରାଙ୍କୁ ଏୟାର ଷ୍ଟ୍ରାଇକରେ ହତ୍ୟା କରାଯାଇଥିଲା। କେଦ୍ରାଙ୍କ ନେତୃତ୍ୱରେ ଗତ ସପ୍ତାହରେ ଇସ୍ରାଏଲ ଉପରେ ଆକ୍ରମଣ କରାଯାଇଥିଲା।
ଆଇଡିଏଫ କହିଛି ଯେ ଗାଜା ଅଞ୍ଚଳରେ ରାତାରାତି ହୋଇଥିବା ଏୟାର ଷ୍ଟ୍ରାଇକରେ ଆହୁରି ଅନେକ ହମାସ ଏବଂ ଇସଲାମିକ ଜିହାଦ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସମୟରେ, ଆଇଡିଏଫ ରାତାରାତି ୧୦୦ରୁ ଅଧିକ ହମାସ ଶିବିରକୁ ଟାର୍ଗେଟ କରିଥିଲା।
ଏହି ଟାର୍ଗେଟରେ ଇସଲାମିକ ଜିହାଦ କମାଣ୍ଡ ସେଣ୍ଟର, ହମାସ କମାଣ୍ଡ ସେଣ୍ଟର, ସାମରିକ ପରିସର, ଡଜନ ରକେଟ ଲଞ୍ଚର ଏବଂ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଉତକ୍ଷେପଣ ପୋଷ୍ଟ ଅନ୍ତର୍ଭୁକ୍ତ ଥିଲା।
ଏହାପୂର୍ବରୁ ଶନିବାର ଆଇଡିଏଫ ହମାସର କମାଣ୍ଡ ଫୋର୍ସର ବରିଷ୍ଠ କମାଣ୍ଡର ଅଲି କାଦୀଙ୍କୁ ହତ୍ୟା କରିଥିଲା।

Share