ଇସ୍ରାଏଲକୁ ଦ୍ୱିତୀୟ ଥର ଏୟାରକ୍ରାଫ୍ଟ ପଠାଇଲା ଆମେରିକା

ଓ୍ବାଶିଂଟନ୍‌,୧୫।୧୦: ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ୯ଦିନରେ ପହଞ୍ଚିଛି। ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରି ଆମେରିକା ଅନ୍ୟ ଏକ ଏୟାରକ୍ରାଫ୍ଟ କ୍ୟାରିଅର ଷ୍ଟ୍ରାଇକକୁ ଭୂ-ମଧ୍ୟ ସାଗରକୁ ପଠାଇଛି। ଏନେଇ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ସୂଚନା ଦେଇଛନ୍ତି।

ଆମେରିକା ଏହି ଏୟାରକ୍ରାଫ୍ଟ ଷ୍ଟ୍ରାଇକ ଗ୍ରୁପରେ ଗାଇଡେଡ-ମିସାଇଲ କ୍ରୁଜର ୟୁଏସଏସ ଫିଲିପାଇନ ସାଗର (CG 58), ଗାଇଡ-ମିସାଇଲ ବିନାଶକ USS Gravely (DDG 107) USS Mason (DDG 87), କ୍ୟାରିଅର୍‌ ଏୟାର ୱିଙ୍ଗ ୩, ନଅଟି ବିମାନ ସ୍କାଡ୍ରନ ସହ ମୁଖ୍ୟାଳୟର କର୍ମଚାରୀଙ୍କୁ ମଧ୍ୟ ଇସ୍ରାଏଲର ସହାୟତା ପାଇଁ ପଠାଯାଇଛି।

Share