ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ: ହମାସ୍‌ ଆକ୍ରମଣ କରିବା ନେଇ ଇସ୍ରାଏଲକୁ ଚେତାଇଥିଲା ଇଜିପ୍ଟ

ଜେରୁଜେଲମ,୧୦।୧୦: ଇସ୍ରାଏଲ-ପାଲେଷ୍ଟାଇନ ଆତଙ୍କବାଦୀ ହମାସ୍‌ ଯୁଦ୍ଧ ନିକଟ ଭବିଷ୍ୟତରେ ଥମିନାର ସମ୍ଭାବନା ଦେଖାଯାଉ ନାହିଁ। ଏହାପରେ ବି ଯୁଦ୍ଧ ଚାଲିଥିବା ଭିତରେ ଇସ୍ରାଏଲ ଗାଜା ବର୍ଡରକୁ ନିଜ ନିୟନ୍ତ୍ରଣକୁ ଆଣିଛି। ଆଉ ସୀମାରେ ହମାସ୍‌ ଆତଙ୍କବାଦୀଙ୍କୁ ମୂଳପୋଛ କରିଥିବା ଘୋଷଣା କରିଛି। ତେବେ ବର୍ତ୍ତମାନ ଅନେକ ରିପୋର୍ଟରେ ଦାବି କରାଯାଉଛି କି, ହମାସ୍‌ ଆକ୍ରମଣ ସମ୍ପର୍କରେ ଇଜିପ୍ଟ ଇସ୍ରାଏଲକୁ ସତର୍କ କରାଇଥିଲା। କିନ୍ତୁ ଇସ୍ରାଏଲ ଏହି ଦାବିକୁ ଅସ୍ବୀକାର କରିଛି।

Share