ତୁର୍କୀର ଏୟାର ଷ୍ଟ୍ରାଇକ୍‌ରେ ଇରାକ, ସିରିଆର ୮ ପିକେକେ ଯବାନ ନିହତ

ଡାମାସକସ,୨୯।୭: ଇରାକ ଏବଂ ସିରିଆରେ କୁର୍ଦ୍ଦ ନେତୃତ୍ୱାଧୀନ ସଶସ୍ତ୍ର ଗୋଷ୍ଠୀ ଅଭିଯୋଗ କରିଛନ୍ତି ଯେ ୨୮ ଜୁଲାଇରେ ତୁର୍କୀର ଏୟାର ଷ୍ଟ୍ରାଇକ୍‌ରେ ସେମାନଙ୍କ ମଧ୍ୟରୁ ମୋଟ ୮ ଜଣ ପିକେକେ ଯବାନ ନିହତ ହୋଇଛନ୍ତି।
ଉତ୍ତର ଇରାକର ଅର୍ଦ୍ଧ-ସ୍ବୟଂଶାସିତ କୁର୍ଦ୍ଦ ଅଞ୍ଚଳରେ ଆଞ୍ଚଳିକ ସରକାରଙ୍କ ଆତଙ୍କବାଦ ବିରୋଧୀ ସେବା ଏହାକୁ ନେଇ ଏକ ବିବୃତ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ, ସୁଲେମାନିଆହର ଶାରବାଜର ଜିଲାରେ ତୁର୍କୀ ଡ୍ରୋନ ଷ୍ଟ୍ରାଇକ୍‌ରେ କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟିର ଚାରିଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

Share