ଡ୍ରାଇଭିଂ ଟେଷ୍ଟିଂରେ ମଧ୍ୟସ୍ଥଙ୍କ ରାଜୁତି

ଯାଜପୁର ଅଫିସ,୧୪ା୪: ରାଜ୍ୟ ସରକାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରୁ ମଧ୍ୟସ୍ଥିମାନଙ୍କୁ ସମ୍ପୂର୍ଣ୍ଣ ଭାବେ ହଟାଇବା ସହ ସ୍ବଚ୍ଛ ଶାସନ ଚଳାଇବାକୁ ଉଦ୍ୟମ କରିଛନ୍ତି। ହେଲେ ଯାଜପୁର ଜିଲା ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରେ କେତେଜଣ ମଧ୍ୟସ୍ଥିଙ୍କ ଜରିଆରେ ଡ୍ରାଇଭିଂ ଟେଷ୍ଟିଂ, ଫିଟନେସ ଆଦି ଯାଞ୍ଚ ପ୍ରକ୍ରିୟାରେ ଦୁର୍ନୀତି ଏବଂ ମନମୁଖୀ କାର୍ଯ୍ୟ ଯୋଗୁ ସରକାର ବିପୁଳ ରାଜସ୍ବ ହରାଉଛନ୍ତି। ଏଥିରେ କେତେଜଣ ଅଧିକାରୀ ଓ କର୍ମଚାରୀ ବ୍ୟକ୍ତିଗତ ପାଣ୍ଠି ବଢାଇବାରେ ଲାଗିଛନ୍ତି। ଏହି ମର୍ମରେ ପୂର୍ବରୁ ବାଲିଚନ୍ଦ୍ରପୁର, ଚଣ୍ଡିଖୋଲ ଅଞ୍ଚଳରୁ ପରିବହନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ହେଁ କୌଣସି ସୁଫଳ ମିଳି ପାରିନାହିଁ। ଏପରି କି ବାଣିଜ୍ୟ ଏବଂ ପରିବହନ ବିଭାଗର ଡେପୁଟି ସେକ୍ରେଟାରୀ କେଶବ ଚନ୍ଦ୍ର ମୁଦୁଲି ଗତ ୨୦ା୩ା୨୦୨୩ରେ କଟକ ପରିବହନ କମିଶନରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହେଁ ତାହା ଚପି ଯାଇଥିବା ଅଭିଯୋଗକାରୀମାନେ ପ୍ରକାଶ କରିଛନ୍ତି। ଏଥିରୁ ଦୁର୍ନୀତିର ଚେର ଉପରସ୍ତର ପର୍ଯ୍ୟନ୍ତ ଲମ୍ବିଥିବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
ଜିଲାର ଚଣ୍ଡୀଖୋଲ-ଦୈତାରୀ ଏବଂ ଚଣ୍ଡୀଖୋଲ-ପାରାଦୀପ, ୧୬ନଂ. ଜାତୀୟ ରାଜପଥ କୋଲକତା-ମାଡ୍ରାସ ରାସ୍ତାରେ ପ୍ରାୟ ସବୁବେଳେ ଅଧିକାଂଶ ଅନ୍‌ଫିଟ ଗାଡ଼ି ଚଳାଚଳ କରୁଛି। ଅଥଚ ସେପରି ଗାଡ଼ି ଜବତ କରାଯାଉନାହିଁ। ଫିଟ୍‌ନେସ ଆଳରେ ପ୍ରତ୍ୟେକ ଗାଡ଼ିରୁ ଦୈନିକ ପ୍ରାୟ ୬୦ ହଜାର ଟଙ୍କା ଆଦାୟ କରାଯାଉଛି। ରେଜିଷ୍ଟ୍ରେଶନ, ଫିଟନେସ, ଟ୍ୟାକ୍ସ, ବୀମା, ଡ୍ରାଇଭିଂ ଲାଇସେନ୍ସ ନ ଥିବା ଯାଞ୍ଚବେଳେ ଜଣାପଡିଲେ ଗାଡ଼ି ଜବତ କରିବାର ନିୟମ ରହିଛି ା କିନ୍ତୁ ସେହି ଗାଡିଗୁଡିକରୁ ଜରିମାନା ଆଦାୟ କରିବା ପରିବର୍ତ୍ତେ ମାସିକ ଚାନ୍ଦାରେ ଅଧିକାରୀ ଓ ମଧ୍ୟସ୍ଥିମାନେ ମାତିଛନ୍ତି। ଦୁର୍ଘଟଣାଜନିତ କୌଣସି ମାମଲା ରୁଜୁ ହେଲେ ବିଭାଗୀୟ ଅଧିକାରୀମାନେ ମୋଟା ଅଙ୍କର ହାତଗୁଞ୍ଜା ନେଇ ଘଟଣାକୁ ରଫାଦଫା କରୁଥିବା ଅଭିଯୋଗ ହେଉଛି। ଏପରିସ୍ଥଳେ ସାଧାରଣ ସମ୍ପତ୍ତି କ୍ଷତି ନିରାକରଣ ଆଇନ ୧୯୮୪ କାର୍ଯ୍ୟକାରୀ କରାଯାଉ ନ ଥିବା ତଥା ପରିବହନ ଆଇନକୁ କଡାକଡି ପାଳନ କରାଯାଉ ନ ଥିବାରୁ ସରକାରଙ୍କ ଅନେକ କୋଟି ଟଙ୍କା ରାଜସ୍ବ ହାନୀ ହେଉଛି। ବିଶେଷକରି ମହାବିନାୟକ ଟ୍ରାକ୍‌ରେ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସମୟରେ ବ୍ୟାପକ ଅନିୟମିତତା ଓ ହରିଲୁଟ ହେଉଥିବା ଦେଖିବାକୁ ମିଳିଛି। ଟେଷ୍ଟିଂ ଆଳରେ ପ୍ରଥମେ ଫେଲ କରିବା ପରେ ପୁଣି ପାସ କରିବାପାଇଁ ପ୍ରତି ଆବେଦନକାରୀଙ୍କଠାରୁ ୧୦୦୦ ଟଙ୍କା ଲେଖାଏଁ ଦୈନିକ ପ୍ରାୟ ୩୦ରୁ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରି ଆରଟିଓଙ୍କୁ ଦିଆଯାଉଛି। ଏଥିପାଇଁ ଟ୍ରାକ୍‌ରେ କେତେକ ମଧ୍ୟସ୍ଥଙ୍କୁ ବେସରକାରୀ ଭାବେ ନିଯୁକ୍ତି ଦିଆଯାଇଛି। ଚଣ୍ଡିଖୋଲ ଆରଟିଓରେ ପୂର୍ବଭଳି ମୋଟର ଭାଇକିଲ ଇନ୍ସପେକ୍ଟର(ଏମ୍‌ଭିଆଇ) ଓ ସହକାରୀ ଏମ୍‌ଭିଆଇଙ୍କ ଛତ୍ରଛାୟା ତଳେ ରହି ମଧ୍ୟସ୍ଥିମାନେ କାମ କରୁଛନ୍ତି। ଚଣ୍ଡିଖୋଲର ଏକ କଲେଜରେ ଚତୁଥର୍ର୍ ଶ୍ରେଣୀ ପଦବୀରେ କାମ କରୁଥିବା ଜଣେ କର୍ମଚାରୀ ଏମ୍‌ଭିଆଇଙ୍କ ଗାଡ଼ି ଚଳେଇ ଥାନ୍ତି। ସେ ବଟି ଆଦାୟରେ ଏମ୍‌ଭିଆଇଙ୍କୁ ସହଯୋଗ କରୁଥିବା ଅଭିଯୋଗ ହୋଇଛି। ଏମ୍‌ଭିଆଇ ଏବଂ ସହକାରୀ ଏମ୍‌ଭିଆଇ ଆଦାୟ ହେଉଥିବା ଅର୍ଥରୁ ପୁଣି ଆରଟିଓଙ୍କୁ ଭାଗ ଦେଇଥାନ୍ତି। ଏପରିକି ଏଠାରେ ବିନା ଟ୍ରାଏଲ ଦେଇ ମଧ୍ୟ ମଧ୍ୟସ୍ଥିଙ୍କ ସହାୟତାରେ ଲାଞ୍ଚଦେଇ ଯେ କୌଣସି ବ୍ୟକ୍ତି ଅନାୟାସରେ ଡ୍ରାଇଭିଂ ଲାଇସେନ୍ସ ପାଇବାରେ ସକ୍ଷମ ହେଉଛନ୍ତି । ଏହାସହ ଢେଙ୍କାନାଳର ଜଣେ ବେସରକାରୀ କର୍ମଚାରୀ ଚଣ୍ଡିଖୋଲ ଆରଟିଓରେ ଡାଟା ଏଣ୍ଟ୍ରି ଭାବେ କାମ କରୁଥିବାବେଳେ ତାଙ୍କ ଜରିଆରେ ବେଆଇନ ଚାନ୍ଦା ଆଦାୟ ହେଉଛି। ନୟାଗଡ଼ରୁ ବଦଳି ହୋଇ ଆସିଲାବେଳେ ଆରଟିଓ ସେହି ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସାଙ୍ଗରେ କେଉଁ ଉଦ୍ଦେଶ୍ୟ ନେଇ ଆସିଥିଲେ ତାହା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଆରଟିଓ ସନ୍ଦୀପ କୁମାରଙ୍କୁ ପଚାରିବାରୁ ସେ କହିଛନ୍ତି ସେଭଳି ଅଭିଯୋଗର କୌଣସି ସତ୍ୟାସତ୍ୟ ନାହିଁ। ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ଚାଲିଛି। ଏହି କାର୍ଯ୍ୟାଳୟରେ ସମସ୍ତ କାମ ନୀତିନିୟମ ଅନୁସାରେ ହେଉଛି, କୌଣସି ଦୁର୍ନୀତି ଏବଂ ଲାଞ୍ଚ କାରବାର ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଇଡି ବିସ୍ଫୋରଣରେ ୨ ଯବାନ ନିହତ

ମାଲକାନଗିରି,୧୯।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ନିହତ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।...

ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ…

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରୁ ନିଜର ୧୭ ଦିନର ଏକ ଶିଶୁପୁତ୍ରକୁ...

ଧନୁଯାତ୍ରା ମହୋତ୍ସବକୁ ମିଳିନି ସରକାରୀ ଅନୁଦାନ, ବୈଠକରେ ଗତବର୍ଷ ଆୟ ବ୍ୟୟର ସୂଚନା

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଏହି ମହୋତ୍ସବକୁ ଆଉ ପ୍ରାୟ ଅଢ଼େଇ...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌...

ଓଏଏସ୍‌ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ। ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା।...

ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ,...

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା...

ଘର ବାରଣ୍ଡାରେ ବସିଥିଲେ ଛାତ୍ରୀ, ହେଲା ବଜ୍ରପାତ, ଆଉ ତା’ ପରେ…

ବାଲିଗୁଡ଼ା,୧୯ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ମାରିବା ଦ୍ୱାରା ବଜ୍ରପାତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri