ବମ୍ବେ: ବିଗ୍ବସ୍ ଘରେ ଗଢ଼ି ଉଠିଛି ଅନେକ ପ୍ରେମକାହାଣୀ। ସେଥିରୁ କିଛି ସଫଳ ହୋଇଛି ଏବଂ କିଛି ବିଫଳ ମଧ୍ୟ। ଚଳିତ ସିଜନରେ ମଧ୍ୟ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନି ତିନୋଟି ପ୍ରେମକାହାଣୀ ଚର୍ଚ୍ଚାରେ ରହିଛି। ଅଭିନେତ୍ରୀ ସମିତା ସେଟ୍ଟୀଙ୍କ ସହ ଅଭିନେତା ରାକେଶ ବାପଟ ପ୍ରେମରେ ପଡ଼ିଛନ୍ତି। ସେହିଭଳି କରନ କୁନ୍ଦ୍ରା-ତେଜସ୍ବୀ ପ୍ରକାଶ, ଈଶାନ ସେହଗଲ- ମାୟେଶା ଆୟର ପରସ୍ପରର ପ୍ରେମରେ ପଡ଼ିଛନ୍ତି।
ନିକଟରେ ଈଶାନ- ମାୟେଶା ଶୋ’ରୁ ବାହାର ହୋଇଥିବା ବେଳେ ବାହାରେ ନିଜ ପ୍ରେମକୁ ଖୁଲମ୍ଖୁଲ୍ଲା ସ୍ବୀକାର କରୁଛନ୍ତି। ଉଭୟ ସମ୍ପର୍କକୁ ନେଇ ବହୁତ ସିରିୟସ୍ ଅଛନ୍ତି। ଏଣୁ ଗୋଟିଏ ପାଦ ଆଗକୁ ଯାଇ ମାୟେଶା ଈଶାନଙ୍କ ପରିବାରକୁ ଭେଟିବାକୁ ଦିଲ୍ଲୀ ଯାଇଛନ୍ତି।
ବିଗ୍ବସ୍ -୧୫ର ଏହି ନୂଆ ଯୋଡ଼ି ନିଜର ରୋମାଣ୍ଟିକ୍ କେମିଷ୍ଟ୍ରୀକୁ ନେଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଅପରପକ୍ଷେ ବହୁତ ଶୀଘ୍ର ପ୍ରେମରେ ପଡ଼ିଥିବା ନେଇ ଉଭୟଙ୍କୁ ସମାଲୋଚନା ମଧ୍ୟ କରାଯାଇଥିଲା। ହେଲେ ଉଭୟଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ି ନଥିଲା।