Categories: ଜାତୀୟ

ମିଗ୍‌-୨୧ ଦୁର୍ଘଟଣାଗ୍ରସ୍ତ: ଗ୍ରୁପ୍‌ କ୍ୟାପଟେନ୍‌ ମୃତ

ନୂଆଦିଲ୍ଲୀ,୧୭।୩: ଭାରତୀୟ ବାୟୁସେନାର ମିଗ୍‌-୨୧ ବାଇସନ୍‌ ଯୁଦ୍ଧ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମଧ୍ୟଭାରତର ଏକ ଏୟାରବେସ୍‌ରୁ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ତେବେ ହଠାତ୍‌ ଏହା ଜଳି ଉଠିଥିଲା। ଏହି ଦୁର୍ଘଟଣାରେ ଗ୍ରୁପ୍‌ କ୍ୟାପଟେନ୍‌ ଏ.ଗୁପ୍ତାଙ୍କର ମୃତ୍ୟୁ ଘଟିଥିବା ଭାରତୀୟ ବାୟୁସେନା ପକ୍ଷରୁ ଟୁଇଟ୍‌ କରି ସୂଚନା ପ୍ରଦାନ କରାଯାଇଛି। କେଉଁ କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ସେନେଇ କୋର୍ଟ ଅଫ୍‌ ଇନକ୍ୱାରୀ ପାଇଁ ନିର୍ଦ୍ଦେଶ ଜାରି ହୋଇଛି।

Share