Categories: ଜାତୀୟ

ଦୁର୍ଘଟଣାଗ୍ରସ୍ତ ହେଲା ଲଢ଼ୁଆ ବିମାନ

ନୂଆଦିଲ୍ଲୀ,୨୫।୮: ଭାରତୀୟ ବାୟୁସେନାର ଏକ ମିଗ୍‌-୨୧ ଲଢ଼ୁଆ ବିମାନ ରାଜସ୍ଥାନର ବାର୍‌ମେରଠାରେ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରଶିକ୍ଷଣ ଉଡ଼ାଣ ବେଳେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ ଦୁର୍ଘଟଣା ଘଟିଥିଲା। ତେବେ ପାଇଲଟ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍‌ ଏନ୍‌କ୍ୱାରି ନିର୍ଦ୍ଦେଶ ଦିଆଯାଇଥିବା ବାୟୁସେନା ପକ୍ଷରୁ କୁହାଯାଇଛି।

Share