Categories: ଜାତୀୟ

୨୦୨୫ ସୁଦ୍ଧା ବାୟୁସେନାରୁ ହଟିବ ମିଗ୍‌-୨୧

ନୂଆଦିଲ୍ଲୀ,୩୦।୭: ରୁଷିଆ ନିର୍ମିତ ମିଗ୍‌-୨୧ ଯୁଦ୍ଧବିମାନ ଏକାଧିକ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଭାରତୀୟ ବାୟୁସେନା ଆଗାମୀ ସେପ୍ଟେମ୍ବର ୩୦ ସୁଦ୍ଧା ଏହାର ଆଉ ଏକ ସ୍କ୍ବାଡ୍ରନ୍‌କୁ କାର୍ଯ୍ୟରୁ ଅବ୍ୟାହତି ଦେବାକୁ ନିଷ୍ପତ୍ତି ନେଇଛି। ୨୦୨୫ ସୁଦ୍ଧା ପର୍ଯ୍ୟାୟକ୍ରମେ ମିଗ୍‌-୨୧ର ସମସ୍ତ ସ୍କ୍ବାଡ୍ରନକୁ ହଟାଇ ଦିଆଯିବ। ଗୁରୁବାର ସନ୍ଧ୍ୟାରେ ରାଜସ୍ଥାନର ବରମେର୍‌ଠାରେ ମିଗ୍‌-୨୧ ଟାଇପ୍‌ ୬୯ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯିବା ସହ ୨ ପାଇଲଟଙ୍କ ମୃତ୍ୟୁ ଘଟିଥିଲା।

Share