Posted inଫୁରସତ

ପାହାଡ଼ କାଟି ପ୍ରବାସୀଙ୍କ ଜଳ ସଂରକ୍ଷଣ

ଭୋପାଳ: କରୋନା ମହାମାରୀ ଅନେକ ଜୀବନ ନେଇଛି। ବହୁ ପରିବାର ଉଜାଡ଼ିଦେଇଛି। ହେଲେ ଏହି ମହାମାରୀ ପରିସ୍ଥିତିରେ ଅନେକ ସ୍ଥାନରୁ ଭଲ ଖବର ମଧ୍ୟ ଆସୁଛି। କରୋନା ପରିସ୍ଥିତି ମଧ୍ୟପ୍ରଦେଶର ଛତର୍‌ପୁର ଜିଲା ବଡ଼ମାଲେହରା ବ୍ଲକ୍‌ ଅନ୍ତର୍ଗତ ଆଗ୍ରୋଥା ଗ୍ରାମବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଦୀର୍ଘଦିନ ଧରି କାମଧନ୍ଦା ବନ୍ଦ ଯୋଗୁ ପ୍ରବାସୀ ଶ୍ରମିକମାନେ ଗାଁରେ ଅଛନ୍ତି। ଏହି ସମୟର ସଦୁପଯୋଗକରି ୧୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଏବଂ ଗ୍ରାମବାସୀ ମିଶି ପାହାଡ଼ କାଟି ୧୦୦ ଏକର ଜମି ଲାଗି ଏକ ପୋଖରୀରେ ଜଳ ସଂରକ୍ଷଣ ସୁବିଧା କରିବାରେ ସଫଳ ହୋଇଛନ୍ତି। ଏହା ମରୁଡ଼ିପ୍ରବଣ ବୁନ୍ଦେଲଖଣ୍ଡ ଅଞ୍ଚଳର ୫ହଜାର ଗ୍ରାମବାସୀଙ୍କ ପାଇଁ ସହାୟକ ହୋଇପାରିବ। ୧୦ବର୍ଷ ତଳେ ବୁନ୍ଦେଲଖଣ୍ଡ ପ୍ରକଳ୍ପ ଜରିଆରେ ବହୁ ପରିମାଣର ଅର୍ଥ ବ୍ୟୟରେ ଉକ୍ତ ପୋଖରୀ ମରାମତି କାର୍ଯ୍ୟ କରାଯାଇଥିଲା। ଜଳ ସଂରକ୍ଷଣ ପାଇଁ ପୋଖରୀ ଦୁଇ ପାର୍ଶ୍ୱରେ ସୁରକ୍ଷା ବାଡ଼ ନିର୍ମାଣ କରାଯାଇଥିଲା। ତଥାପି ଭଲ ବର୍ଷା ସତ୍ତ୍ୱେ ପୋଖରୀଟି ପୂର୍ଣ୍ଣ ହୋଇପାରୁ ନାହିଁ। କାରଣ ଜଙ୍ଗଲରୁ ଆସୁଥିବା ଜଳ ପାହାଡ଼ ଉପର ଦେଇ ପୋଖରୀରେ ପହଞ୍ଚିପାରି ନ ଥାଏ। ଫଳରେ ଅଞ୍ଚଳବାସୀ ଜଳକଷ୍ଟ ଭୋଗିଥାନ୍ତି। ତେବେ ଲକ୍‌ଡାଉନ ସୁଯୋଗରେ ଗାଁ ପାଣି ପଞ୍ଚାୟତ ସମିତି ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଗାଁକୁ ଫେରିଥିବା ୧୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ସହଯୋଗକରି ଏପ୍ରିଲରେ କାମ ଆରମ୍ଭ କରିଥିଲେ। ପୋଖରୀ ପଛରେ ରହିଥିବା ଏକ ବଡ଼ ପଥର ଜଳ ପ୍ରବାହରେ ବାଧା ସୃଷ୍ଟି କରୁଥିଲା। ଏହି ପାହାଡ଼ର ପଥର କାଟିବା ପାଇଁ ମେଶିନ ମଧ୍ୟ ବ୍ୟବହାର କରାଯାଇଥିବା କାମରେ ନିୟୋଜିତ ଜଣେ ଗ୍ରାମବାସୀ ପ୍ରକାଶ କରିଛନ୍ତି। ୧୦ବର୍ଷ ତଳେ ପ୍ରକଳ୍ପ କାର୍ଯ୍ୟକାରୀ ସମୟରେ ମଧ୍ୟ ଠିକାଦାରଙ୍କୁ ପର୍ବତ କାଟିବା ପାଇଁ ଗ୍ରାମବାସୀ କହିଥଲେ। କିନ୍ତୁ ତାହା ବୃଥା ହୋଇଥିଲା ବୋଲି ସେ କହିଛନ୍ତି। ଗ୍ରାମବାସୀଙ୍କ ପ୍ରଚେଷ୍ଟାର ପ୍ରଶଂସା କରି ବଡ଼ମାଲେହରା ଜନପଦ ପଞ୍ଚାୟତର ସିଇଓ ଅଜୟ ସିଂ କହିଛନ୍ତି, ପ୍ରାୟ ୧୫ଶହ ପ୍ରବାସୀ ବ୍ଲକ୍‌କୁ ଫେରିଥିଲେ। ସେମାନଙ୍କୁ ଜଳ ସଂରକ୍ଷଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଜୁନ୍‌ରେ ଭଲ ବର୍ଷା ହେବାପରେ ଏହି ପୋଖରୀରେ କିଛିମାତ୍ରାରେ ପାଣି ପୂର୍ଣ୍ଣ ହୋଇଛି। ତେବେ ମୌସୁମୀ ବର୍ଷାରେ ପାଣି ତଳକୁ ଆସି ପୋଖରୀରେ ଭରିହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri