ଜାନୁଆରୀ ୮ରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ସମାରୋହ

ଭୁବନେଶ୍ୱର,୨୦।୧୦(ଅନିଲ ଦାସ): ୨୦୨୫ ଜାନୁଆରୀ ୮ରୁ ୧୦ ଯାଏ ସ୍ଥାନୀୟ ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ଅନୁଷ୍ଠିତ ହେବ। ସମାରୋହ ଆୟୋଜନ ପାଇଁ ବହିର୍ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହେବ। ପ୍ରବାସୀ ଭାରତୀୟ ଦିବସରେ ପ୍ରାୟ ୫୦୦୦ ଅଂଶଗ୍ରହଣକାରୀ ଭାଗନେବେ। କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବହିର୍ବ୍ୟାପାର ମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ, ଦେଶବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରବାସୀ ଭାରତୀୟ ଯୋଗଦେବେ।

ସମ୍ମିଳନୀର ପ୍ରଥମ ଦିବସରେ ‘ଯୁବ ପ୍ରବାସୀ ଭାରତୀୟ ଦିବସ’, ୨ୟ ଦିବସରେ ୧୮ତମ ପ୍ରବାସୀ ଭାରତୀୟ ଦିବସର ମୁଖ୍ୟ ସମାରୋହ ଓ ୩ୟ ଦିବସରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ। ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ଯୋଗଦେଇ ପ୍ରବାସୀ ଭାରତୀୟ ତୀର୍ଥ ଏକ୍ସପ୍ରେସ୍‌ର ଡିଜିଟାଲ ଫ୍ଲାଗଅପ୍‌ କରିବା କାର୍ଯ୍ୟକ୍ରମ ରହିଛି। ସମସ୍ତ ଦିବସରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ।

ସମାରୋହକୁ ସୁଚାରୁରୂପେ ଅନୁଷ୍ଠିତ କରିବା ପାଇଁ ପରିଚାଳନା କମିଟି (ଷ୍ଟିଅରିଂ କମିଟି) ଏବଂ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଛି। ପରିଚାଳନା କମିଟିରେ କେନ୍ଦ୍ର ସରକାରଙ୍କ ବାଣିଜି୍ୟକ, ପାସ୍‌ପୋର୍ଟ ଏବଂ ଭିଜା ଡିଭିଜନ ତଥା ଆନ୍ତର୍ଜାତିକ ବ୍ୟାପାର ସଚିବ ଅଧ୍ୟକ୍ଷ ଥିବାବେଳେ ବିଭିନ୍ନ ମନ୍ତ୍ରଣାଳୟର ୭ଜଣ ସଚିବଙ୍କ ସମେତ ଓଡ଼ିଶାରୁ ମୁଖ୍ୟ ଶାସନ ସଚିବ ଏବଂ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଦସ୍ୟ ରହିଛନ୍ତି। ସେହିପରି କାର୍ଯ୍ୟନିର୍ବାହୀ କମିଟିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହବିଭାଗ) ଅଧ୍ୟକ୍ଷ ଥିବାବେଳେ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ସଦସ୍ୟ ରହିଛନ୍ତି। ବିଭିନ୍ନ କାର୍ଯ୍ୟ ପାଇଁ ଉପକମିଟି ମଧ୍ୟ ଗଠନ କରାଯାଇଛି। ସମସ୍ତ କମିଟିରେ ଓଡ଼ିଶା ସମେତ ବହିର୍ବ୍ୟାପାର ମନ୍ତ୍ରଣାଳୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିଛନ୍ତି। ପ୍ରବାସୀ ଭାରତୀୟ ଏବଂ ଅତିଥିଙ୍କ ରହଣି, କାର୍ଯ୍ୟକ୍ରମସ୍ଥଳର ପ୍ରସ୍ତୁତି ଓ ପରିଚାଳନା, ସହର ସୌନ୍ଦର୍ଯ୍ୟକରଣ, ପରିବହନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଟ୍ରାଫିକ୍‌ ନିୟନ୍ତ୍ରଣ ଓ ସୁରକ୍ଷା, ଜରୁରିକାଳୀନ ସହାୟତା, ଗଣମାଧ୍ୟମ ଓ ଲୋକସମ୍ପର୍କ, ପ୍ରଦର୍ଶନୀ, ବିଭିନ୍ନ ଦେଶର ଷ୍ଟଲ, ଅଭ୍ୟର୍ଥନା, ଅର୍ଥ, ଇ-ଗଭର୍ନାନ୍ସ ଓ ଆଇଟି, ଖାଦ୍ୟ ବ୍ୟବସ୍ଥା, ଅଗ୍ନି ନିରାପତ୍ତା, ଅତିଥିମାନଙ୍କ ଯାତାୟାତ ଆଦି ନିମନ୍ତେ ଉପ କମିଟିମାନ ଗଠନ କରାଯାଇଛି।
ସମାରୋହର ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗୁରୁବାର ସମୀକ୍ଷା କରିଛନ୍ତି। ମୁଖ୍ୟ ଶାସନ ସଚିବ କହିଛନ୍ତି, ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବା ଆମ ପାଇଁ ସମ୍ମାନର ବିଷୟ। ଯେପରି ଏହି ଦିବସ ସଫଳତାର ସହ ଆୟୋଜନ ହେବ, ସେଥିପାଇଁ ସମସ୍ତଙ୍କୁ ମିଳିତ ଭାବେ ଉଦ୍ୟମ କରିବାକୁ ପଡ଼ିବ। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତବିଭିନ୍ନ ବିଭାଗର ପ୍ରମୁଖ ସଚିବ ଏବଂ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ ହେଲା ବାତ୍ୟା, ଓଡ଼ିଶାକୁ ସତର୍କ ରହିବା ନେଇ ଆଇଏମ୍‌ଡି ଡିଜି କହିଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୦ା୧୦: ବଙ୍ଗୋପସାଗରରେ ବାତ୍ୟା ନେଇ ରବିବାର ସ୍ପଷ୍ଟ କରିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ୨୩ ତାରିଖରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୋଇ ୨୪ ତାରିଖରେ ଓଡ଼ିଶା-ପଶ୍ଚିମବଙ୍ଗ...

କୁନି ପୁଅକୁ ରେଳ ଧାରଣାରେ ବାନ୍ଧି ଘରଲୋକଙ୍କୁ ଫଟୋ ପଠାଇଲେ ବାପା, ତା’ ପରେ…

ବଲାଙ୍ଗୀର,୨୦।୧୦: ପାରିବାରିକ ବିବାଦରୁ ସ୍ବାମୀଙ୍କ ଅଜବ କାଣ୍ଡ। ନିଜର ଛୋଟ ପୁଅକୁ ରେଳଧାରଣାରେ ବାନ୍ଧି ମାରିବାକୁ ଉଦ୍ୟମ କରିଥିଲେ। ପରିବାରଲୋକେ ବଲାଙ୍ଗୀର ପୋଲିସକୁ ଖବର ଦେବା...

ଫାର୍ମହାଉସ୍‌ରେ ପଶି କଦଳୀ-ନଡ଼ିଆ ଗଛ ଭାଙ୍ଗିଲେ ହାତୀପଲ, ଖାଇଗଲେ ପଇଡ଼

ପାଟଣା,୨୦ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ରେଞ୍ଜରେ ୨୯ ଟିକିଆ ବଣୁଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଶୁକ୍ରବାର ରାତିରେ ରାସପଶି ଗାଁରେ ୨ଟି ଘର...

ଯେଉଁଠି ହାରିଥିଲେ ଶ୍ୱଶୁର, ସେଇଠି ପ୍ରାର୍ଥୀ ହେଲେ ବୋହୂ

ଭୁବନେଶ୍ୱର/ରାଞ୍ଚି,୨୦।୧୦: ଭାରତୀୟ ଜନତା ପାର୍ଟି ଝାଡଖଣ୍ଡର ନିର୍ବାଚନୀ ଯୁଦ୍ଧରେ ୬୬ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ବାବୁ ଲାଲ ମାରାଣ୍ଡି, ଚମ୍ପାଇ ସୋରେନ,...

ପାଣିପାଗ ବିଭାଗର ଆଲର୍ଟ, ୨୪ ଘଣ୍ଟାରେ…

ଭୁବନେଶ୍ୱର,୨୦।୧୦: ଅଧିକ ଘନୀଭୂତ ହେଉଛି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ବର୍ତ୍ତମାନ ତାହା ଆଣ୍ଡାମାନ ସାଗର ଓ ଆଖପାଖରେ ସକ୍ରିୟ ହୋଇଛି। ଏହା...

ଦେହରେ କିରୋସିନ ଢାଳି ନିଆଁ ଲଗାଇଲେ ସ୍ତ୍ରୀ, ବଞ୍ଚାଇବାକୁ ଯାଇ ପୋଡ଼ିହୋଇଗଲେ ସ୍ବାମୀ

ବାଲେଶ୍ୱର,୨୦ା୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଜଡ଼ିଦା ପଞ୍ଚାୟତ ଆଡ଼ିଆ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହ ଉଗ୍ରରୂପ ନେଇ...

ସହକାରୀ ଜିଲା ଶ୍ରମ ଅଧିକାରୀରୁ ଓଏଏସ୍‌: ଏଥର ବି ଅମିତ ମାରିଲେ ବାଜି

ଭବାନୀପାଟଣା,୨୦।୧୦ (ଉତ୍ତମ କୁମାର ଦାଶ)- ଓଡିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ପୁଣି ଥରେ କୃତ କାର୍ଯ୍ୟ ହୋଇଛନ୍ତି କଳାହାଣ୍ଡି ସହକାରୀ ଜିଲା ଶ୍ରମ ଅଧିକାରୀ...

Featured Video Play Icon

“ଆଗକୁ କଣ ଘଟିବ, ରାଜ୍ୟବାସୀ ଜାଣିବେ”

ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ବି.ଡ଼ି.ଏ କଲ୍ୟାଣ ମଣ୍ଡପ ଠାରେ ଭାଜପାର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri