Categories: ଜାତୀୟ

୨୪ ଘଣ୍ଟା ମଧ୍ୟରେ ପୁଲୱାମାରେ ଆତଙ୍କବାଦୀଙ୍କ ଦ୍ୱିତୀୟ ଆକ୍ରମଣ: ଶ୍ରମିକଙ୍କୁ ହତ୍ୟା

ପୁଲୱାମା,୩୦।୧୦: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀର ପୁଲୱାମାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ମୃତ ଶ୍ରମିକ ଜଣକ ଉତ୍ତରପ୍ରଦେଶର ବୋଲି ଜଣାପଡିଛି। ଘଟଣା ପରେ ପୋଲିସ ଅଞ୍ଚଳକୁ ସିଲ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ପୁଲୱାମାର ନାଓପରା ଅଞ୍ଚଳରେ ସୋମବାର ଆତଙ୍କବାଦୀମାନେ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ଉତ୍ତର ପ୍ରଦେଶର ପ୍ରବାସୀ ଶ୍ରମିକ ମୁକେଶ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କଶ୍ମୀର ଜୋନ ପୋଲିସ ପକ୍ଷରୁ ଅବଗତ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ପୁଲୱାମାରେ ଏହା ଆତଙ୍କବାଦୀ ଦ୍ୱିତୀୟ ଆକ୍ରମଣ। ରବିବାର ଇଦ୍‌ଗା ଅଞ୍ଚଳରେ ଜଣେ ପୋଲିସ କର୍ମଚାରୀଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା।

Share