Categories: ଜାତୀୟ

ସିଂହ ଟାଣି ନେଲା

ରାଜକୋଟ, ୨୪ା୭: ଗୁଜରାଟର ଅମ୍ରେଲି ଜିଲାରେ ସିଂହ ଆକ୍ରମଣରେ ୧୮ ବର୍ଷୀୟ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ମଧ୍ୟପ୍ରଦେଶର ବୋଲି ଜଣାପଡ଼ିଛି। ସେ ତୁଲସିଶ୍ୟାମ୍‌ ରେଞ୍ଜ୍‌ ଅଧୀନ ନାନିଧାରୀ ଗ୍ରାମକୁ ଫେରୁଥିବା ବେଳେ ହଠାତ୍‌ ସିଂହଟି ତାଙ୍କୁ ଟାଣି ନେଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ବନ ଅଧିକାରୀମାନେ ଖୋଜାଖୋଜି ପରେ ତାଙ୍କ ମୃତଦେହ ମିଳିଥିଲା। ଦୀର୍ଘ ଘଣ୍ଟାର ଉଦ୍ୟମ ପରେ ସିଂହକୁ ରବିବାର ସକାଳେ ଟ୍ରାଙ୍କୁଲାଇଜ କରାଯାଇ ଥିଲା। ପରେ ରେସ୍‌କ୍ୟୁ ସେଣ୍ଟରକୁ ନିଆଯାଇଥିବା ଜଣେ ବନ ଅଧିକାରୀ ସୂଚନା ଦେଇଛନ୍ତି।

Share