ଟ୍ରେନ ଅଟକାଇ ବସ୍ତା ଷ୍ଟେଶନରେ ଓହ୍ଲାଇଲେ ପ୍ରବାସୀ ଓଡ଼ିଆ

ବସ୍ତା, ୨୭ା୬(ଡି.ଏନ.ଏ.)-ବସ୍ତା ରେଳଷ୍ଟେଶନରେ ଶୁକ୍ରବାର ଏକ ସ୍ପେଶାଲ ଟ୍ରେନକୁ ଅଟକାଇ ପ୍ରବାସୀ ଓଡ଼ିଆମାନେ ଓହ୍ଲାଇଛନ୍ତି। ବାଙ୍ଗାଲୋରରୁ ହାଓ୍ବଡ଼ା ଯାଉଥିବା ଏକ ସ୍ପେଶାଲ ଟ୍ରେନ ବସ୍ତାରେ ଅଟକିଥିଲା। ସେଥିରୁ ୪୫ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇଥିଲେ। ସେମାନେ ଓହ୍ଲାଇବା ପରେ ଏନେଇ ବସ୍ତା ତହସିଲଦାର ଓ ରୂପସା ଆରପିଏଫ୍‌କୁ ଖବର ଦିଆଯାଇଥିଲା। ଆରପିଏଫ୍‌ଙ୍କ ସହ ବସ୍ତା ତହସିଲଦାର କାର୍ତ୍ତିକ ଚନ୍ଦ୍ର ଦାସ ପହଞ୍ଚତ୍ ସେମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ପ୍ରବାସୀମାନଙ୍କୁ ବସ୍ତା ପ୍ରଶାସନ ସହଯୋଗରେ ସେମାନଙ୍କ ଅଞ୍ଚଳକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା।
ଏହି ଟ୍ରେନ ଭଦ୍ରକ ଷ୍ଟେଶନରେ ଅଟକିଥିବା ବେଳେ ଯାତ୍ରୀମାନେ ଓହ୍ଲାଇବା ପାଇଁ ଚେଷ୍ଟା କରୁଥିଲେ। ହେଲେ ସେଠାରେ ସେମାନଙ୍କୁ ଓହ୍ଲାଇବାକୁ ଦିଆଯାଇ ନ ଥିଲା। ଫଳରେ ସେମାନେ ବସ୍ତା ଷ୍ଟେଶନରେ ଚେନ୍‌ ଟାଣି ଗାଡ଼ିକୁ ଅଟକାଇ ଓହ୍ଲାଇଥିବା ପ୍ରକାଶ କରିଥିଲେ। ଏହି ପ୍ରବାସୀମାନଙ୍କ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ମୟୂରଭଞ୍ଜ ଜିଲାର ଲୋକ ହୋଇଥିବା ବେଳେ ଅନ୍ୟମାନେ ବାଲେଶ୍ୱର ଓ ବାଲିଆପାଳ ଅଞ୍ଚଳର।