ନୂଆଦିଲ୍ଲୀ,୧୮।୪(ପି.ଟି.): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଅନୁଯାୟୀ ଜନସଂଖ୍ୟା ଅନୁପାତ ଉପଯୁକ୍ତ ଭାବେ ଉଲ୍ଲେଖ ନ ଥିବା ଦର୍ଶାଇ ପ୍ରବାସୀ ଶ୍ରମିକମାନଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସରକାର ରାଶନ କାର୍ଡରୁ ବଞ୍ଚତ୍ତ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। କଲ୍ୟାଣକାରୀ ଯୋଜନାରୁ ପ୍ରତ୍ୟେକ ନାଗରିକ ଉପକୃତ ହେବା ଆବଶ୍ୟକ ବୋଲି ଜଷ୍ଟିସ୍ ଏମ୍.ଆର୍. ଶାହା ଏବଂ ଅସାନୁଦ୍ଦିନ ଅମନୁଲ୍ଲାଙ୍କ ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି। ଏକ କଲ୍ୟାଣକାରୀ ରାଷ୍ଟ୍ର ଭାବେ ଲୋକଙ୍କ ପାଖରେ ପହଞ୍ଚତ୍ବା ସରକାରଙ୍କ କର୍ତ୍ତବ୍ୟ। ତେବେ ସରକାର କର୍ତ୍ତବ୍ୟରେ ଅବହେଳା କରିଛନ୍ତି ବୋଲି ଆମେ କହୁନାହୁଁ। ତଥାପି କେତେଜଣ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ସୁବିଧା ପାଇବାରୁ ବାଦ୍ ପଡ଼ିଛନ୍ତି। ସେମାନେ ଯେପରି ରାଶନ କାର୍ଡ ପାଇବେ, ତାହା ସରକାର ଦେଖିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।