ଛତ୍ରପୁର,୧୪ା୪: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାକୁ ଫେରୁଥିବା ପ୍ରବାସୀମାନେ ସାଙ୍ଗରେ ଆର୍ଟି-ପିସିଆର୍ ନେଗେଟିଭ ରିପୋର୍ଟ ଆଣିବାକୁ ଜିଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନେଗେଟିଭ ରିପୋର୍ଟ ନ ଥିଲେ ପ୍ରବାସୀଙ୍କୁ ୭ ଦିନ ହୋମ ଆଇସୋଲଶନରେ ରହିବାକୁ କୁହାଯାଇଛି। ଗିରିଶୋଳ ଆନ୍ଧ୍ର-ଗଞ୍ଜାମ ସୀମାନ୍ତରେ ଜିଲାକୁ ଆସୁଥିବା ଲୋକଙ୍କ ତନଖି କରିବାକୁ ଆର୍ଟିଓଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ବ୍ରହ୍ମପୁର ମହାନଗରରୁ ୩୩ଜଣ ରହିଛନ୍ତି। କରୋନାରେ ଜଣଙ୍କର ମୃତ୍ୟୁ ଘଟିଛି। ୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ଜିଲାରେ ୨୪୫ ଜଣ ସକ୍ରିୟ କରୋନା ଆକ୍ରନ୍ତ ଚିକିତ୍ସିତ ହେଉଛନ୍ତି। ମଙ୍ଗଳବାର ଜିଲାରେ ୧୬୮୭ ଜଣଙ୍କ କରୋନା ଟେଷ୍ଟ ହୋଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ବୁଧବାର ସୂଚନା ଦେଇଛନ୍ତି । ଜିଲାରେ ବୁଧବାରଠାରୁ ସମସ୍ତ ମନ୍ଦିର, ବେଳାଭୂମି, ପାର୍କ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି।