ହାଇଦ୍ରାବାଦ୍,୫।୧୨: ବାତ୍ୟା ‘ମିଗଜୋମ’ ଭୀଷଣ ରୂପ ନେଇ ଦକ୍ଷିଣ ଆନ୍ଧ୍ର ଉପକୂଳ ନେଲୋର ଏବଂ ମଚ୍ଛଲିପଟନମରେ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇପଡିଥିବା ବୁଧବାର ଭାରତ ପାଣିପାଗ ବିଭାଗ କହିଛି। ଏହା ଆଗାମୀ ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହେବ ଏବଂ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଡବ୍ଲୁଏମ୍ଏମ୍ରେ ପରିଣତ ହେବ।
ମଙ୍ଗଳବାର ‘ମିଗଜୋମ’ ସ୍ଥଳଭାଗ ଛୁଇଁବା ପୂର୍ବରୁ ଚେନ୍ନାଇରେ ଲଗାତାର ବର୍ଷା ହୋଇଛି। ଏହି ବାତ୍ୟା ପ୍ରଭାବରେ ୧୭ ଟି ମୃତ୍ୟୁ ଘଟିଛି।