ବାରଙ୍ଗରୁ ନିଖୋଜ ନାବାଳକ: ୫ ଦିନ ପରେ ଭୁବନେଶ୍ୱରରୁ ଉଦ୍ଧାର

ଭୁବନେଶ୍ୱର, ୧୯।୨୦(ବ୍ୟୁରୋ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଗୁଆକୁଳିମୁଣ୍ଡିଆସ୍ଥିତ ଏକ ଆପାର୍ଟମେଣ୍ଟ ନିକଟରୁ ଗତ ୧୫ ତାରିଖରୁ ନିଖୋଜ ହୋଇଯାଇଥିବା ନାବାଳକକୁ ଶନିବାର ଭୁବନେଶ୍ୱରରୁ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଜରିମୁଣ୍ଡା ସାହିରୁ ନାବାଳକଙ୍କୁ ଉଦ୍ଧାର କରିଛି ବାରଙ୍ଗ ପୋଲିସ।
ପ୍ରକାଶ ଯେ, ଗତ ୧୫ ତାରିଖରେ ଗୁଆକୁଳିମୁଣ୍ଡିଆ ଗାଁରୁ ନାବାଳକ ନିଖୋଜ ହୋଇଯାଇଥିଲେ । ଏ ନେଇ ନାବାଳକଙ୍କ ମା’ ଗତ ୧୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ କଟକ ଓ ବାରଙ୍ଗ ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରିଥିଲା।
ନାବାଳକଜଣକ ଭୁବନେଶ୍ୱର ଶୀଖରଚଣ୍ଡି ଅଧୀନ ଜଡିମୁଣ୍ଡା ସାହି ନିକଟରେ ବୁଲୁଥିବା ଖବର ପାଇ ପୋଲିସ ସେଠାରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଛି। ସମ୍ପୃକ୍ତ ନାବାଳକଙ୍କୁ ବାରଙ୍ଗ ଥାନାକୁ ନିଆଯାଇଥିବା ଜଣାପଡ଼ିଛି।

Share