ବିବାହ କରିବେ ମିକା ସିଂ: ହଳଦୀ, ମେହେନ୍ଦୀ ପରେ ସରିଲା ସଙ୍ଗୀତ ସମାରୋହ

ମୁମ୍ବାଇ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ମିକା ସିଂଙ୍କ ସ୍ବୟମ୍ବର ଶୋ’ ‘ମିକା ଦି ବୋତି’ ମାଧ୍ୟମରେ ଜାତୀୟ ଟିଭିରେ ବର ହେବାକୁ ଯାଉଛନ୍ତି। ଶୋ’ରେ ୩ ଜଣ ଝିଅ ପ୍ରାନ୍ତିକା ଦାସ, ନୀଲ ମେହଲ ଏବଂ ଆକାଂକ୍ଷା ପୁରୀ ଫାଇନାଲିଷ୍ଟ ଅଛନ୍ତି। କିନ୍ତୁ ମିକାଙ୍କର ପୁରୁଣା ବନ୍ଧୁ ଆକାଂକ୍ଷାଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି। ନିକଟରେ ଅଭିନେତ୍ରୀ ତାଙ୍କ ମେହେନ୍ଦୀ ଏବଂ ହଳଦୀ ସେରିମନିର ଫଟୋ ଶେୟାର କରିଥିଲେ। ବର୍ତ୍ତମାନ ତାଙ୍କ ସଙ୍ଗୀତ ସେରିମନି ବା ସମାରୋହର ଫଟୋ ସାମ୍ନାକୁ ଆସିଛି। ପ୍ରସିଦ୍ଧ ପଞ୍ଜାବୀ ଗାୟକ ଗୁରୁ ରନ୍ଧାଓ୍ବା ମଧ୍ୟ ମିକା ସିଂଙ୍କ କନସର୍ଟରେ ଯୋଗଦେବାକୁ ଆସିଥିଲେ। ଫଟୋରେ ମିକା, ଆକାଂକ୍ଷା ଏବଂ ଗୁରୁ ରାନ୍ଧଓ୍ବାଙ୍କୁ ଦେଖିବାକୁ ମିଳିଛି।

ସଙ୍ଗୀତରେ ମିକା ଏବଂ ଆକାଂକ୍ଷା ଅନେକ ଗୀତରେ ପରସ୍ପର ସହ ବହୁ ଡ୍ୟାନ୍ସ କରିଥିଲେ। ଏହି ବିଶେଷ ଇଭେଣ୍ଟରେ ଯୋଡ଼ି ପରସ୍ପର ସହିତ ମ୍ୟାଚ୍‌ କରି ଡ୍ରେସ୍‌ ପିନ୍ଧିଥିଲେ। ଜୁଲାଇ ୨୫ରେ ‘ମିକା ଦି ବୋଟି’ ଶେଷ ହେବ। ତେବେ ୩ ଜଣଙ୍କ ମଧ୍ୟରୁ ମିକା ସିଂଙ୍କ କାହାର ହାତ ଧରିବେ ତାହା ଜଣାପଡ଼ିବ।

Share