ଅଧାରାତିରେ ଖରାପ ହେଲା କାର୍‌; ଗାୟକଙ୍କ ସହାୟତା ପାଇଁ ଆଗେଇ ଆସିଲେ ଦୁଇଶହ ପ୍ରଶଂସକ

ବମ୍ବେ: ଗାୟକ ମିକା ସିଂହଙ୍କ ଲୋକପ୍ରିୟତା କାହିଁରେ କେତେ। ଏହା ଜଣାପଡ଼ିଛି ନିକଟରେ ଘଟିଥିବା ଏକ ଘଟଣାରୁ। ବିଳମ୍ବିତ ରାତିରେ ମିକା ଗାଡ଼ିରେ ଯାଉଥିବା ବେଳେ ଅଧାବାଟରେ ତାଙ୍କ କାର୍‌ ଖରାପ ହୋଇଯାଇଥିଲା। ଏପରିସ୍ଥିତିରେ ମିକାଙ୍କ ପ୍ରଶଂସକମାନେ ସହାୟତା ପାଇଁ ଭିଡ ଜମାଇଥିଲେ। ଜଣେ କି ଦୁଇଜଣ ନୁହେଁ ଦୁଇଶହରୁ ଅଧିକ ଲୋକ ମିକାଙ୍କ ପାଖରେ ପହଞ୍ଚିଥିଲେ। ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମୁମ୍ବାଇରେ ବର୍ଷା ଯୋଗୁ ମିକାଙ୍କ କାର୍‌ଟି ବନ୍ଦ ହୋଇଯାଇଥିଲା। ଫଳରେ ସେ ରାତି ୩ଟାରେ ଫସି ରହିଥିଲେ। ତାଙ୍କ ସହ ବିଗ୍‌ବସ୍‌ର ପ୍ରତିଯୋଗୀ ପାରସ ଛାବଡାଙ୍କ ପୂର୍ବ ପ୍ରେମିକା ଆକାଂକ୍ଷା ପୁରୀ ଥିଲେ। ମିକାଙ୍କୁ ଦେଖି ତାଙ୍କ ପ୍ରଶଂସକ ସହାୟତା ପାଇଁ ଆସିଥିଲେ। ସେମାନଙ୍କ ମଧ୍ୟରୁ କେହି ଗାଡ଼ି ଠିକ୍‌ କରିଥିଲେ। ଏହି ସହାୟତା ପାଇଁ ମିକା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Share