୧୦ ମିନିଟ୍‌ ଗାଇବା ଲାଗି ୧.୫ କୋଟି ପାଉଣା !

ବମ୍ବେ: ୧୦ ମିନିଟ୍‌କୁ ୧.୫ କୋଟି ଟଙ୍କା ପାଉଣା। ଖ୍ୟାତନାମା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ଉତ୍ସବରେ ଗୀତ ଗାଇ ଏଭଳି ମୋଟା ଅଙ୍କର ପାଉଣା ନେଇଛନ୍ତି ଗାୟକ ମିକା ସିଂହ। ଏମିତିରେ ଗାୟକଙ୍କ ଚର୍ଚ୍ଚା ବଢ଼ିବାରେ ଲାଗିଛି।

ରାଜସ୍ଥାନର ନାଥଦ୍ୱାରାରେ ଥିବା ଶ୍ରୀନାଥଜୀ ମନ୍ଦିରରେ ଅନନ୍ତ ନିଜର ପ୍ରେମିକା ରାଧିକା ମର୍ଚେଣ୍ଟଙ୍କ ସହ ନିର୍ବନ୍ଧ କରିଥିଲେ। ଏହାପରେ ମୁମ୍ବାଇର ଅମ୍ବାନୀ ବଙ୍ଗଳାରେ ଭବ୍ୟ ସମାରୋହର ଆୟୋଜନ ହୋଇଥିଲା। ଏଥିରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। ସମାରୋହରେ ମିକା ମାତ୍ର ୧୦ ମିନିଟ୍‌ ପାଇଁ ଗୀତ ଗାଇଥିଲେ, ଯେଉଁଥିଲାଗି ସେ ମୋଟା ଅଙ୍କର ପାଉଣା ଚାର୍ଜ କରିଛନ୍ତି।

Share