୪୧ ବର୍ଷୀୟ ମିକାଙ୍କ ୧୨ ବର୍ଷର ରିବାଙ୍କ ସହ ଅନସ୍କ୍ରିନ୍‌ ରୋମାନ୍ସ; ପ୍ରଶ୍ନ ଉଠାଉଛନ୍ତି ଲୋକେ

ବମ୍ବେ: ଗାୟକ ମିକା ସିଂ ୪୧ବର୍ଷର ହୋଇ ବି ୧୨ ବର୍ଷର ସୋସିଆଲ ମିଡିଆ ସେନ୍‌ସଶନ୍‌ ରିଭା ଅରୋରାଙ୍କୁ ସହ ଅନ୍‌ସ୍କ୍ରିନ୍‌ ରୋମାନ୍ସ ପଡ଼ିଛି ମହଙ୍ଗା। ତାଙ୍କୁ ସବୁଆଡୁ ସମାଲୋଚନା କରାଯାଉଛି। ନିଜ ଝିଅ ବୟସର ଝିଅ ସହ ରୋମାଣ୍ଟିକ ହୋଇ ନୃତ୍ୟ କରିବା ଭୁଲ ବୋଲି ଅନେକ ତାଙ୍କୁ କହୁଛନ୍ତି। ଏହାଛଡ଼ା ରିବାଙ୍କ ମାତାପିତାଙ୍କ ଉପରେ ମଧ୍ୟ ଲୋକେ ଆଙ୍ଗୁଠି ଉଠାଉଛନ୍ତି।

ରିବାଙ୍କ ଅଭିନୟ ଦେଖିଲେ ସେ ଜଣେ ଶିଶୁ କଳାକାର। ବଲିଉଡ୍‌ ଫିଲ୍ମ ଉରି, ଗୁଞ୍ଜନ ସକ୍ସେନା ଭଳି ସୁପରହିଟ୍‌ ଚଳଚ୍ଚିତ୍ରରେ ସେ କାମ କରିଛନ୍ତି। ନିଜର ଅଭିନୟକୁ ନେଇ ସେ ମନୋରଞ୍ଜନଜଗତରେ ବେଶ ଲୋକପ୍ରିୟ ହୋଇଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୮.୨ ମିଲିୟନ ଫଲୋଅର୍ସ। ସେ ଅନେକ ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ନଜର ଆସିଛନ୍ତି। ହେଲେ କମ୍‌ ବୟସର ହୋଇ ବି ନିଜ ବୟସରୁ ବଡ଼ ଲୋକଙ୍କ ସହ ରିଲ୍ସ କରିବାକୁ ନେଇ ଟ୍ରୋଲ ହେଉଛନ୍ତି।

Share