ଜନ୍ମଦିନରେ ରାକ୍ଷୀ ସାଓ୍ବନ୍ତଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେଇ ଚର୍ଚ୍ଚାକୁ ଆସିଥିଲେ ଏହି ପଞ୍ଜାବୀ ଗାୟକ, ପରେ ଘଟିଥିଲା..

ବମ୍ବେ: ବଲିଉଡ୍‌ରେ ଏପରି କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ ବିବାଦରେ ରହିବାକୁ ଭଲପାଇଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଜଣାଶୁଣା ପଞ୍ଜାବୀ ଗାୟକ ମିକା ସିଂହ। ଅନେକ ଥର ବିବାଦକୁ ଆସିଥିବା ମିକା ଏକଦା ଡ୍ରାମା କୁଇନ୍‌ରାକ୍ଷୀ ସାଓ୍ବନ୍ତଙ୍କୁ ସର୍ବସମ୍ମୁଖରେ ଚୁମ୍ବନ ଦେଇ ଚର୍ଚ୍ଚାକୁ ଆସିଥିଲେ।

୨୦୦୬ରେ ଆଇଟମ୍‌ ଗର୍ଲ ରାକ୍ଷୀ ଓ ମିକା ପରସ୍ପରର ଭଲ ବନ୍ଧୁ ଥିଲେ। ଏଣୁ ରାକ୍ଷୀଙ୍କୁ ନିଜ ଜନ୍ମଦିନକୁ ଡାକିଥିଲେ ମିକା। ହେଲେ କେକ୍‌ କାଟିବା ପରେ ହଠାତ୍‌ ସମସ୍ତଙ୍କୁ ଚମକାଇ ତାଙ୍କୁ ଚୁମ୍ବନ ଦେଇଥିଲେ। ଏହାପରେ ରାକ୍ଷୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହାଛଡ଼ା ମିକା ହିଟ୍‌ ଆଣ୍ଡ ରନ୍‌ କେସ୍‌ରେ ମଧ୍ୟ ଫସିଛନ୍ତି। ଏକ ଲାଇଭ୍‌ ଇଭେଣ୍ଟରେ ଡାକ୍ତରଙ୍କୁ ଚାପୁଡ଼ା ମାରି ସେ ବିବାଦକୁ ଆସିଥିଲେ।

ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଥିବା ମିକା ଦଲେର ମେହେନ୍ଦିଙ୍କ ସାନ ଭାଇ। ତାଙ୍କ ପ୍ରକୃତ ନାମ ଅମରିକ ସିଂହ। ତାଙ୍କର ମା’ବାପା ରାଜ୍ୟସ୍ତରୀୟ କୁସ୍ତିଯୋଦ୍ଧା ଥିଲେ। ଭାଇଭଉଣୀଙ୍କ ମଧ୍ୟରେ ମିକା ସାନ।

Share