ମିକା କରିଥିଲେ ନକଲି ସ୍ବୟଂମ୍ବର ଡ୍ରାମା!

ବମ୍ବେ: କିଛି ମାସ ତଳେ ସ୍ବୟଂମ୍ବରକୁ ନେଇ ଚର୍ଚ୍ଚାରେ ଥିଲେ ଲୋକପ୍ରିୟ ଗାୟକ ମିକା ସିଂହ। ହେଲେ ଏବେ ତାହା କେବଳ ଶୋ’ ପାଇଁ ଏକ ଡ୍ରାମା ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହା ପଛରେ କାରଣଟି ହେଲା ନିକଟରେ ସେ ଦେଇଥିବା ବୟାନ।

ଶୋ’ରେ ଆକାଂକ୍ଷା ପୁରୀଙ୍କୁ ଜୀବନସାଥୀ ରୂପେ ବାଛିଥିଲେ ମିକା। ଏହାପରଠାରୁ ପ୍ରଶଂସକ ଉଭୟଙ୍କ ବିବାହ କେବେ ହେବ ତା ଅପେକ୍ଷାରେ ଅଛନ୍ତି। ହେଲେ ମିକା ଏନେଇ ପଚରାଯିବାରେ ସ୍ପଷ୍ଟ ଭାବେ ନ ହେଲେ ବି ଚତୁରତାର ସହ ଏଡାଇ ଯାଇଛନ୍ତି।

ମିକା କହିଛନ୍ତି, ଆମେ ପରସ୍ପରର ଭଲ ବନ୍ଧୁ। ଏହି ସମ୍ପର୍କ ପ୍ରେମିକାପ୍ରେମିକ ସମ୍ପର୍କଠାରୁ ଉପରେ। ସେ ବହୁତ ଭଲ ଝିଅ।ଯେବେ ବି ଆମେ ପରସ୍ପରକୁ ଭେଟୁ ଭଲ ସମୟ ବିତାଉ। ଆମେ ପରସ୍ପରକୁ ପସନ୍ଦ କରୁ। ଦେଖିବାକୁ ଗଲେ ବିବାହ ବହୁତ ଜରୁରୀ। ହେଲେ ବିବାହ ସେତେବେଳେ କରିବା ଉଚିତ ଯେତେବେଳେ ସଠିକ୍‌ ସମୟ ଆସିବ। ଏବେ କିନ୍ତୁ ମୁଁ ବହୁତ ବ୍ୟସ୍ତ। ଭଲ ଦିନ ମିଳିଲେ ନିଶ୍ଚୟ କରିବି। ଏମିତିରେ ବି ଭଗବାନ ହିଁ ଉପରୁ ଯୋଡି ନିର୍ଦ୍ଧାରିତ କରିଥାନ୍ତି। ଭାଗ୍ୟରେ ଯେବେ ଲେଖାଥିବ ସେତେବେଳେ ବିବାହ ହେବ ବୋଲି ସେ କହିଛନ୍ତି। ମିକାଙ୍କ ଏହି କଥା ଶୁଣି ପ୍ରଶଂସକ ନିରାଶ ହୋଇଛନ୍ତି। କେହି କେହି ଶୋ’ କ’ଣ ମିଛ ଥିଲା ବୋଲି ତାଙ୍କୁ ପ୍ରଶ୍ନ କରୁଛନ୍ତି।

Share