ଭରା ଦର୍ଶକଙ୍କ ଆଗରେ ପ୍ରଦର୍ଶନ କରୁଥିଲେ ମିକା ସିଂହ; ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ପାକିସ୍ତାନୀ ପ୍ରଶଂସକ

ମୁମ୍ବାଇ: ବଲିଉଡ ତଥା ପଞ୍ଜାବୀ ଗାୟକ ମିକା ସିଂହ ନିଜର ହିଟ୍ ଗୀତ ପାଇଁ କେବଳ ଭାରତରେ ନୁହେଁ ବିଶ୍ୱରେ ପ୍ରସିଦ୍ଧ। ଅନେକ ବ୍ଲକବଷ୍ଟର ଗୀତାରେ ସେ ନିଜର ନିଜର ସ୍ୱର ଦେଇଛନ୍ତି। ଏବେ ମିକା ଆମେରିକାରେ କନସର୍ଟ କରୁଛନ୍ତି। ମିକାଙ୍କ ଆମେରିକା କନସର୍ଟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ପାକିସ୍ତାନୀ ପ୍ରଶଂସକ ମଞ୍ଚକୁ ଯାଇ ମିକାଙ୍କୁ ବହୁମୂଲ୍ୟ ଉପହାର ଦେଇଛନ୍ତି। ଏହାଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକଠାରୁ ଆରମ୍ଭ କରି ନିଜେ ମିକା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୋସିଆଲ ମିଡିଆରେ ଚାହୁଁଚାହୁଁ ଭାଇରାଲ ହୋଇଯାଇଥିଲା।

ବାସ୍ତବରେ ବିଲୋକ୍ସି କନସର୍ଟ ସମୟରେ, ଜଣେ ପାକିସ୍ତାନୀ ପ୍ରଶଂସକ ଭିଡ଼ ଭିତରୁ ବାହାରି ମିକାଙ୍କୁ ତାଙ୍କ ହାତରେ ମୋଟା ଧଳା ସୁନା ଚେନ୍ ପିନ୍ଧାଇଥିଲେ। ତା’ପରେ ସେ ତାଙ୍କୁ ହୀରା ରିଙ୍ଗ ପିନ୍ଧାଇଥିଲେ। ଏହା ପରେ ସେ ଏକ ରୋଲକ୍ସ ଘଣ୍ଟା ମଧ୍ୟ ଉପହାର ଦେଇଥିଲେ। ଏସବୁ ଦେଖି ମିକା ଚକିତ ହୋଇ ଗୀତ ଗାଇବା ଜାରି ରଖିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ରୋଲକ୍ସ ଘଣ୍ଟାର ମୂଲ୍ୟ ୩ କୋଟି ଟଙ୍କା। ମିକାଙ୍କୁ ଦିଆଯାଇଥିବା ଚେନ୍ ଏବଂ ରିଙ୍ଗର ମୂଲ୍ୟ ମଧ୍ୟ କୋଟିଏ ଟଙ୍କା ମୂଲ୍ୟର ହେବ।

ଭାଇରାଲ ହେଉଥିବା ଏହି ଭିଡିଓରେ ମିକା ପ୍ରଶଂସକଙ୍କ ଠାରୁ ଉପହାର ପାଇବା ପରେ ପାକିସ୍ତାନୀ ପ୍ରଶଂସକଙ୍କୁ ଆଲିଙ୍ଗନ କରିଥିଲେ। ଏହି ସମୟରେ ସେ ଗୀତ ଗାଇବା ଜାରି ରଖିଥିଲେ। ତା’ପରେ ଯେତେବେଳେ ପ୍ରଶଂସକ ଚାଲିଯାଇଥିଲେ, ସେ ଆଶ୍ଚର୍ୟ୍ୟ ପ୍ରକଟ କରିଥିଲେ। ମିକା ନିଜ ବନ୍ଧୁମାନଙ୍କୁ ମହଙ୍ଗା ଉପହାର ଦେବା ପାଇଁ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ। ଅଗଷ୍ଟ ୨୦୨୩ ରେ, ସେ ମୁମ୍ବାଇ ଏବଂ ଦିଲ୍ଲୀର ତାଙ୍କର ସର୍ବୋତ୍ତମ ବନ୍ଧୁଙ୍କୁ ୮ କୋଟି ଟଙ୍କା ମୂଲ୍ୟର ଆପାର୍ଟମେଣ୍ଟ ଉପହାର ଦେଇଥିଲେ। ଗୀତିକାର କୁମାର ତାଙ୍କୁ ୧୮ ଲକ୍ଷ ଟଙ୍କା ମୂଲ୍ୟର ହୀରା ମୁଦି ଉପହାର ଦେଇଥିବାରୁ ମିକାଙ୍କୁ ଧନ୍ୟବାଦ ଜଣାଇଥିଲେ। ମିକା ପ୍ରାୟତ ବିଳାସପୂର୍ଣ୍ଣ ଲିଫ୍ଟ ଦେଇ ସମସ୍ତଙ୍କଠାରୁ ସୋ’ ଚୋରି କରନ୍ତି ଏବଂ ବର୍ତ୍ତମାନ ସେ ନିଜେ ଜଣେ ପାକିସ୍ତାନୀ ପ୍ରଶଂସକଙ୍କ ଠାରୁ ଗିଫ୍ଟ ପାଇ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri