Categories: ଜାତୀୟ

ଦିଲ୍ଲୀରେ ପହଞ୍ଚିଲେ ମାଇକ୍‌ ପୋମ୍ପିଓ-ମାର୍କ ଏସ୍ପର

ନୂଆଦିଲ୍ଲୀ, ୨୬।୧୦: ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ଭାରତ ଗସ୍ତରେ ଆସି ସୋମବାର ଅପରାହ୍ନରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି। ଗସ୍ତ ସମୟରେ ସେମାନେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହିତ ଆଲୋଚନା କରିବେ। ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହେବ ବୋଲି କୁହାଯାଉଛି। ଏଲ୍‌ଏସିରେ ଚାଇନା ସହିତ ଉତ୍ତେଜନା ଜାରି ରହିଥିବାବେଳେ ଦୁଇ ଆମେରିକୀୟ ମନ୍ତ୍ରୀଙ୍କ ଭାରତ ଗସ୍ତ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ସେହିପରି ଆମେରିକା ରାଷ୍ଟ୍ରପତି ନିର୍ବାଚନର ୮ ଦିନ ପୂର୍ବରୁ ଭାରତ କାର୍ଯ୍ୟକ୍ରମ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାଦ୍ୱାରା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ୍‌ କେତେକ ଦୂର ଉପକୃତ ହେବେ ସେ ସମ୍ପର୍କରେ ଅନ୍ତର୍ଜାତୀୟସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ପୋମ୍ପିଓଙ୍କ ସହିତ ତାଙ୍କ ସ୍ତ୍ରୀ ସୁସାନ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି।

Share