Advertisement

କୋରାପୁଟରେ ମୃଦୁ ଭୂକମ୍ପ

କୋରାପୁଟ,୩ା୩(ସ୍ବ.ପ୍ର.): କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ମୃଦୁ ଭୂକମ୍ପ ହୋଇଥିବା ଜଣାଯାଇଛି। ଆଜି ଭୋର୍‌ ୫ଟା ୫ରେ ଏହି ଭୂକମ୍ପ ହୋଇଥିବାବେଳେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୮ ଥିଲା ଜିଲା ଜରୁରୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ସୂଚନା ଦେଇଛନ୍ତି। ଜିଲାର ନାରାୟଣପାଟଣା,ବନ୍ଧୁଗାଁ, ଲକ୍ଷ୍ମୀପୁର,ଦଶମନ୍ତପୁର ଅଞ୍ଚଳରେ ୨ରୁ୩ ସେକେଣ୍ଡ ଧରି ଭୂକମ୍ପ ଅନୁଭୂତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଜିଲାରେ ଉପରୋକ୍ତ ଅଞ୍ଚଳରେ କିଛି ଘରେ ସାମାନ୍ୟ ଭାବେ ଫାଟ ହୋଇଥିବା ବେସରକାରୀ ତଥ୍ୟରୁ ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share