ନଭେମ୍ବର ୯-୧୦ରେ ପାଳନ ହେବ ମାଣ୍ଡିଆ ଦିବସ

କେନ୍ଦୁଝର, ୭।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ) ମାଣ୍ଡିଆ ଅତ୍ୟନ୍ତ ପୁଷ୍ଟିକର ହୋଇଥିବାରୁ ଏହାକୁ ଅଧିକ ଲୋକପ୍ରିୟ କରାଇବା ପାଇଁ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଗୁରତ୍ୱାରୋପ କରିଛନ୍ତି । ଚଳିତ ନଭେମ୍ବର ୯ ଓ ୧୦ରେ କେନ୍ଦୁଝର ଜିଲ୍ଲାରେ ମାଣ୍ଡିଆ ଦିବସ ପାଳନ ପରିପ୍ରେକ୍ଷୀରେ ମଙ୍ଗଳବାର ଅପରାହ୍ନରେ ଦରବାର ହଲ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।
ଜିଲ୍ଲାପାଳ ଶ୍ରୀ ଠାକରେ ମାଣ୍ଡିଆ ଜାତୀୟ ଖାଦ୍ୟର ଉପକାରିତା ସଂପର୍କରେ ଆଲୋକପାତ କରି ଏହାର ବହୁଳ ଉପଯୋଗ ପାଇଁ ଆହ୍ବାନ ଦେଇଛନ୍ତି । ଜିଲ୍ଲାପାଳ ସୂଚନା ଦେଇ କହିଥିଲେ ଯେ ମିଳିତ ଜାତିସଂଘ ୨୦୨୩ ମସିହାକୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ବିଭିନ୍ନ ମିଲେଟ ପ୍ରୋତ୍ସାହନ କାର୍ଯ୍ୟକ୍ରମକୁ
ରାଜ୍ୟରେ ଉତ୍ସବ ଭାବେ ପାଳନ କରାଯାଉଛି । ନଭେମ୍ବର ୧୦ ତାରିଖକୁ ମିଲେଟ ଦିବସ (ମାଣ୍ଡିଆ ଦିବସ) ଭାବରେ ପାଳନ କରାଯାଉଛି । ତଦନୁଯାୟୀ କେନ୍ଦୁଝର ଜିଲ୍ଲାରେ ଡି.ଏମ.ଏଫ. ସହଯୋଗରେ ନମ୍ବର ୯ ଓ ୧୦ ତାରିଖରେ ଧରଣୀଧର ବିଶ୍ବ ବିଦ୍ୟାଳୟ ପଡିଆରେ ଦୁଇଦିନିଆଁ ମାଣ୍ଡିଆ ଦିବସ ପାଳନ ଆୟୋଜନ କରାଯାଉଛି। ୧୦ତାରିଖରେ ମୁଖ୍ୟ ଅତିଥି ଭାବେ ଓଡିଶାର କ୍ରୀଡା ଓ ଯୁବସେବା, ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତି ମନ୍ତ୍ରୀ ତୁଷାକାନ୍ତ ବେହେରା, ସମ୍ମାନନୀୟ ଅତିଥ ଭାବେ ଜିଲାର ସାଂସଦ ଓ ବିଧାୟକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୯ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଏସ.ପି. ଏବଂ ଡି.ଏଫ.ଓ.ଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଶୁଦ୍ଧ ମିଲେଟ ସୁସ୍ଥ ଜୀବନ ଉପରେ ମିଲେଟ ଖାଦ୍ୟ ପ୍ରତିଯୋଗିତା, ମିଲେଟ ଆଧାରିତ ଖେଳ ଜୋନ, କୁଇଜ ପ୍ରତିଯୋଗିତା, ମାଣ୍ଡିଆ ଚାଷର ପ୍ରଦର୍ଶନୀ, ମିଲେଟ ଶକ୍ତି କାଫେର ପ୍ରତିକୃତି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜିଲାବାସୀ ତଥା ପଡୋଶୀ ଜିଲାର ଅଧିବାସୀମାନେ ଉକ୍ତ କାର୍ଯ୍ୟକ୍ରମରେ ବହୁଳ ଭାବେ ଯୋଗଦାନ କରିବାକୁ ଜିଲ୍ଲାପାଳ ଠାକରେ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ବଦଳିଲା ପାଗ: କୁହୁଡ଼ି ସାଙ୍ଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୭ା୧୦: ଶୀତ ଦିନ ଆସିଲେ ଦାରିଙ୍ଗବାଡ଼ିକୁ କେହିକେହି ଓଡ଼ିଶାର ଦାର୍ଜିଲିଂ କୁହନ୍ତି ତ ଆଉ କେହି କେହି ଓଡ଼ିଶାର କଶ୍ମୀର ବୋଲି କହିଥାନ୍ତି। ସତରେ ଦାରିଙ୍ଗବାଡ଼ିର...

ଜେଜେଙ୍କ ଦ୍ୱାଦଶ କ୍ରିୟାରେ ନାଳରେ ବୁଡ଼ି ନାତି ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଭଦ୍ରକ,୨୭ା୧୦(ସନାତନ ରାଉତ): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ପଣ୍ଡାପାଟଣା ଗ୍ରାମର ରୁଦ୍ର ପଣ୍ଡା(୨୦) କଲଭର୍ଟ ନିକଟରେ ଥିବା ଏକ ନାଳରେ ଗାଧୋଉଥିଲାବେଳେ ଗୋଡ଼ ଖସିଯାଇଥିଲା।...

ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଶଂସା, କହିଲେ ସମସ୍ତଙ୍କ ସହଯୋଗରେ ବିପଦକୁ…

ଭଦ୍ରକ,୨୭ା୧୦(ସନାତନ ରାଉତ): ବାତ୍ୟା ଦାନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲା ଦାୟିତ୍ୱରେ ଥିଲେ।...

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ପୋଲିସ ଗାଡ଼ି ଦେଖି ମାରୁଥିଲେ ଫେରାର, ଆଉ ତା’ ପରେ…

ଦାରିଙ୍ଗବାଡ଼ି,୨୭ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ ଜୁଆଆଡ୍ଡାରେ ଚଢ଼ାଉ କରାଯାଇଛି। ଏଥିରେ ସମ୍ପୃକ୍ତ ୧୩ ଜଣଙ୍କୁ ପୋଲିସ ଗିରଫ କରିବା ସହ...

ଅଧରାତିରେ କେମିତି ଜଳବନ୍ଦୀଙ୍କୁ ଉଦ୍ଧାର କଲେ, ଖବରଦାତା ସମ୍ମିଳନୀରେ କହିଲେ ପୂରା ଘଟଣା…

ଭଦ୍ରକ,୨୭ା୧୦: ବାତ୍ୟା ଦାନା ଟଳି ଯିବା ପରେ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ଦୁଇ ଦିନ ପରେ ଏବେବି...

ବାତ୍ୟା‘ଦାନା’ ପ୍ରଭାବରେ ୧୦୮ ବ୍ଲକ ପ୍ରଭାବିତ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୨୭ା୧୦: ବାତ୍ୟା ପରର ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ୧୪ ଜିଲାର ୧୦୮ ବ୍ଲକର ୧୬୭୧ ପଞ୍ଚାୟତ...

ମଶାଧୂପରୁ ଶ୍ୱାସରୁଦ୍ଧ ହୋଇ ମା’-ଝିଅ ସମେତ ୩ ଅସୁସ୍ଥ

ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ଦକ୍ଷିଣପାରି ଗ୍ରାମରେ ମଶାଧୂପରେ ଶ୍ୱାସରୁଦ୍ଧ ହୋଇ ମା-ଝିଅ ସମେତ ୩ଜଣ ଅସୁସ୍ଥ ହୋଇଛନ୍ତି।...

କୋରାପୁଟରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ, ବାଦ୍ୟର ତାଳେ ତାଳେ ଝୁମିଲେ…

କୋରାପୁଟ,୨୭ା୧୦(ଅମିତାଭ ବେହେରା): ରବିବାର କୋରାପୁଟ ଜିଲାର ସେମିଲିଗୁଡା ବ୍ଲକର ଦୁଧାରୀ ଗ୍ରାମର ମା’ ମାଉଲିମା ମନ୍ଦିରରୁ ପୂଜାର୍ଚ୍ଚନା ପରେ ଅନୁଷ୍ଠାନିକ ଭାବେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri