ଖପ୍ରାଖୋଲ,୨୦ା୨: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଅଧୀନ ବାହାଲଭଟଲି ଗାଁର ଅସହାୟ ବୃଦ୍ଧ ବାବୁଲାଲ ପୁଟେଲ(୬୫)ଙ୍କ ଶୁକ୍ରବାର ରାତିରେ ମୃତ୍ୟୁ ଘଟିଥିଲା। ସେ ଅନ୍ୟ ଜାତିର ବିବାହ କରିଥିବାରୁ ତାଙ୍କୁ କାନ୍ଧ ଦେବାକୁ କେହି ଆସି ନ ଥିଲେ। ଦୀର୍ଘ ସମୟ ଧରି ଘରେ ମୃତଦେହ ପଡି ରହିଥିଲା। ଘରେ ଥିବା ବୃଦ୍ଧା ସ୍ତ୍ରୀ , ବିଧବା ଝିଅ ଏବଂ ନାବାଳିକା ନାତୁଣୀ କିପରି ସଂସ୍କାର କରାଇବେ ବୁଦ୍ଧି ବାଟ ପାଇ ନ ଥିଲେ। ଖବର ପାଇ ଶନିବାର ସକାଳେ ସ୍ଥାନୀୟ ସରପଞ୍ଚ ରଞ୍ଜିତା ସୁନା ଏବଂ ତାଙ୍କ ସ୍ବାମୀ ଲଳିତ ସୁନା ବାହାଲଭଟଲି ଗାଁର ପହଞ୍ଚତ୍ଥିଲେ। ଝିଅ ଏବଂ ନାତୁଣୀଙ୍କ ସହ ଶବକୁ କାନ୍ଧେଇ ସଂସ୍କାର ପାଇଁ ନେଇଥିଲେ। ସେଠାରେ ସରପଞ୍ଚ ସୁନା ଗାତ ଖୋଲି ସଂସ୍କାର କରାଇଥିଲେ। ସରପଞ୍ଚଙ୍କ ଏହି କାମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
Posted inଆମ ଜିଲା ଖବର, ବଲାଙ୍ଗୀର, ରାଜ୍ୟ